କୋଭିଡ ମୃତକଙ୍କୁ ଅନୁକମ୍ପା ସହାୟତା-ଅନଲାଇନରେ ଆବେଦନ କରିପାରିବେ ଉତ୍ତରାଧିକାରୀ
ବଲାଙ୍ଗିର:ବଲାଙ୍ଗିର ଜିଲାରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ନିଷ୍ପତ୍ତି ବଲାଙ୍ଗିର ଜିଲା ପ୍ରଶାସନ ନେଇଛି। ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଏହାକୁ କାର୍ୟ୍ୟକାରୀ କରିବା ଦିଗରେ ପ୍ରଶାସନ ବେଶ ଯତ୍ନବାନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୨ ମାର୍ଚ୍ଚ ୨୦ ତାରିଖ ପୂର୍ବରୁ ଯେଉଁମାନଙ୍କର କୋଭିଡଜନିତ ମୃତ୍ୟୁ ହୋଇଥିବ, ସେମାନଙ୍କ ଉତ୍ତରାଧିକାରୀମାନେ ମାର୍ଚ୍ଚ ୨୪ ତାରିଖରୁ ମେ ୨୩ ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ଯେଉଁମାନଙ୍କର କୋଭିଡ ଯୋଗୁଁ ମୃତ୍ୟୁ ହୋଇଛି, ସେମାନଙ୍କ ଉତ୍ତରାଧିକାରୀଙ୍କୁ ୯୦ ଦିନ ମଧ୍ୟରେ ଅନୁକମ୍ପାମୂଳକ ସହାୟତା ରାଶି ପାଇବା ପାଇଁ ଅନଲାଇନ ଜରିଆରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିପାରିବେ ବୋଲି ବଲାଙ୍ଗିର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି।
Comments are closed.