www.samajalive.in
Sunday, December 14, 2025
19.1 C
Bhubaneswar

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ଜେଲ ବିଭାଗ ମହାନିର୍ଦେଶକ ହେଲେ ମନୋଜ ଛାବ୍ରା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଭାରତୀୟ ପୁଲିସ ସେବା(ଆଇପିଏସ୍‌) ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ ୧୯୮୮ ବ୍ୟାଚର ଆଇପିଏସ୍ ଡକ୍ଟର ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ମହାନିର୍ଦେଶକ କରାଯାଇଛି । ସେହିପରି ଜେଲ୍ ବିଭାଗ ମହାନିର୍ଦେଶକ ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ହୋଇଛନ୍ତି ଅଗ୍ନିଶମ ବାହିନୀର ମହାନିର୍ଦେଶକ। କ୍ରାଇମବ୍ରାଞ୍ଚ ଏଡିଜି ଥିବା ୧୯୯୪ ବ୍ୟାଚର ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ପରିବହନ କମିଶନର ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି ହୋଇଛି। ସତୀଶ କୁମାର ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ ପଦରେ ଅବସ୍ଥାପିତ କରାଯାଇଥିବା ବେଳେ ସଫିନ ଅହମ୍ମଦ କେ. ଆଇଜିପି ଏଚଆାରପିିସି ହୋଇଛନ୍ତି।

ରାଜ୍ୟ ସରକାର କଟକ ଓ ଭୁବନେଶ୍ୱର କମିଶନରେଟ ପୁଲିସରେ ମଧ୍ୟ ଅଦଳବଦଳ କରିଛନ୍ତି। କଟକରେ ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ନିଯୁକ୍ତି ମିଳିଥିବା ବେଳେ ଭୁବନେଶ୍ୱରରେ ଡିସିପି ଭାବେ ପ୍ରତୀକ ସିଂଙ୍କୁ ନୂୂଆ ଦାୟିତ୍ବ ଦାୟିତ୍ବ ଦିଆଯାଇଛି। ଉମାଶଙ୍କର ଦାଶଙ୍କୁ ଟ୍ୱିନ୍‌ସିଟିର ଅତିରିକ୍ତ ପୁଲିସ କମିସନର ଭାବେ ଅବସ୍ଥାପିତ କରାଯାଇଛି।
ନବରଙ୍ଗପୁରର ଏସ୍‌ପି ପରମାର ସ୍ମିଥ୍‌ଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ବଦଳି ହୋଇଛି। କଳାହାଣ୍ଡି ଏସ୍‌ପି ଶ୍ରବଣା ବିବେକଙ୍କୁ ବ୍ରହ୍ମପୁର , ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା, ଅଲେଖ ପହିଙ୍କୁ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛି। ଟ୍ରାଫିକ୍‌ ଡିସିପି ଏସ୍.ସୁଶ୍ରୀଙ୍କୁ ନବରଙ୍ଗପୁର ଏସ୍‌ପି ଭାବରେ ବଦଳି ହୋଇଥିବା ବେଳେ ନାର୍କୋଟିକ୍ସ ଏସ୍‌ପି ଅଭିଳାଷ ଜି’ଙ୍କୁ କଳାହାଣ୍ଡି ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories