ଗୁଡଭେଲା ସୀମାରେ ମାଓବାଦୀ, ନିର୍ବାଚନ ଭଣ୍ଡୁର ପାଇଁ ଚଳାଇଛନ୍ତି ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର-ବରଗଡ ଓ ମହାସମୁନ୍ଦ(ବିବିଏମ୍) ମାଓ ସଂଗଠନ ଦୁର୍ବଳ ହେଉଛି। ଆଉ ସେପଟେ ଆତଙ୍କ ଚଳାଇଛି କଳାହାଣ୍ଡି-କନ୍ଧମାଳ-ବୌଦ୍ଧ ଓ ନୟାଗଡକୁ ନେଇ ଗଠିତ ମାଓ ସଂଗଠନ କେକେବିଏନ୍। ଏହି ସଂଗଠନ ଏବେ ବେଶ୍ ସକ୍ରିୟ। କଳାହାଣ୍ଡି ଜିଲା ମହନଗିରିରେ ସାମ୍ବାଦିକ, ବାଲିଗୁଡାରେ ଯୁବକଙ୍କୁ ହତ୍ୟା ସହ ଜଳାପୋଡି କରି କେକେବିଏନ୍ ସଂଗଠନ ଭୟ ସଞ୍ଚାର କରିଛି। କନ୍ଧମାଳ, ବୌଦ୍ଧ ତଥା କଳାହାଣ୍ଡି ଜିଲାକୁ ଲାଗି ବଲାଙ୍ଗିର ଜିଲାର ଗୁଡଭେଲା ପଞ୍ଚାୟତ ସମିତି ରହିଛି।

 

prayash

ଗୁଡଭେଲାର ଆଭ୍ୟନ୍ତରିଣ ଗାଁଗୁଡ଼ିରେ ମାଓବାଦୀଙ୍କ ଚଳପ୍ରଚଳ ଥିବା ସୂଚନା ମିଳିଛି। ତେଣୁ ପଞ୍ଚାୟତ ନିର୍ବାଚନକୁ ମାଓବାଦୀମାନେ ଭଣ୍ଡୁର କରିବା ପାଇଁ ଉଦ୍ୟମ ଚଳାଇଥିବା ବୋଲି ସୂଚନା ମିଳିଛି। ଏଥିପାଇଁ ଜିଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କରାଯାଉଥିବା ସୂଚନା ଦିଆଯାଇଛି। କିନ୍ତୁ ମାଓ ମୁକାବିଲା ପାଇଁ ପୁଲିସ ଡ୍ରୋନ୍ ଛାଡି ଦେଲେ ଅନ୍ୟ କ’ଣ ରଣନୀତି ଆପଣାଇଛି ତାହା ସ୍ପଷ୍ଟ ହୋଇପାରିନି।

kalyan agarbati

Comments are closed.