ବଲାଙ୍ଗୀର: ରାସ୍ତାରେ ଛିଡା ହୋଇଥିବା ହାଇଓ୍ବାକୁ ପିଟିଲା ଘରୋଇ ବସ୍। ଏଥିରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳୁ ବଲାଙ୍ଗୀର ସୋନପୁର ଏନଏଚ୍ ୫୭ ନମ୍ବର ଜାତୀୟ ରାଜପଥର ଗଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇଓ୍ବାକୁ ବସ୍ ଧକ୍କା ଦେଇଥିଲା। ବସଟି ଭୁବନେଶ୍ଵରରୁ ମାଲକାନଗିରି ଯାଉଥିଲା। ଏଥିରେ ବସର ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ଭୀମଭୋଈ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ଗଇଁତଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



