www.samajalive.in
Tuesday, November 18, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଏସବିଏଲ ଏନଜିଓ ପକ୍ଷରୁ ୨୫ଦଫା ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ଜାତୀୟ ସ୍ତରୀୟ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ ପକ୍ଷରୁ ଭଭବନେଶ୍ବରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଅବସରରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ଏକ ୨୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦାବି ନେଇ ରାଜ୍ୟ ଯୋଜନା ବିଭାଗକୁ ଏହାକୁ କାର‌୍ୟ୍ୟକ୍ଷମ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁରର ଏନଜିଓ ଏସବିଏଲର ସଭାପତି ରବିନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିଭିନ୍ନ ସ୍ଥାନରେ କଥା କଥାକୁ ନେଇ ବାସନ୍ଦ ଘଟଣାକୁ ବନ୍ଦ କରିବା, ଚାଷୀଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ଗ୍ରାମ ସ୍ତରରେ ଗ୍ରାମହାଟ ସହ ଶିତଳ ଭଣ୍ଡାର ନିର୍ମାଣ, ଅସମ୍ପୂର୍ଣ୍ଣ ଭାବେ ପଡି ରହିଥିବା ପିପଳପଙ୍କା ଡ଼୍ୟାମ, ଘଂଟେଶ୍ୱର ପ୍ରକଳ୍ପ, ଜାନିବଲି, ଛେଳିଗଡ ପ୍ରକଳ୍ପ ତ୍ୱରିତ କରିବା, ପ୍ରତ୍ୟେକ ବିଭାଗର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ପ୍ରସ୍ତୁତ କରିବା, ବିଭିନ୍ନ ବିଭାଗରେ ଚାଲିଥିବା ଦୁର୍ନୀତିକୁ ରୋକିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା। ଏହା ସହ ଏହି ପ୍ରତିନିଧି ଦଳ ଅପରାହ୍ନରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କୁ ସାକ୍ଷାତ କରି ୨୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରାଜିବ ଲୋଚନ ମିଶ୍ର, ସମ୍ପାଦକ ଉମା ଶଙ୍କର ସାହୁ,, ଜଗନ୍ନାଥ ସାହୁ, ସୂର‌୍ୟ୍ୟ ନାରାୟଣ ତ୍ରୀପାଠୀ, ଜୟ ସେନ ସାସମଲ ପ୍ରମୁଖ ସାମିଲ ରହିଥିଲେ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories