www.samajalive.in
Friday, December 5, 2025
26.1 C
Bhubaneswar

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ: ୪ ଯବାନ ସହିଦ

ଜାମ୍ମୁକାଶ୍ମୀର: ଜାମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର। ଆତଙ୍କୀ-ସେନା ମୁହାଁମୁହିଁ। ଗୁଳି ବିନିମୟରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଅଫିସର ରହିଛନ୍ତି। ଡୋଡାର ବେଶା ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସେନାର ଗୁଳି ବିନିମୟ ହୋଇଥିଲା। ସୋମବାର ସନ୍ଧ୍ୟାରେ ଡୋଡାର ବେଶା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ମିଳିଥିଲା। ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ସ୍ପେଶାଲ ଅଫିସର ମାନେ ଅପରେସନ୍ ଆରମ୍ଭ କରିଥିଲେ। ଏତିକିବେଳେ ଆତଙ୍କବାଦୀ ସେନା ମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏଥିରେ ୫ ସୁରକ୍ଷାର୍କମୀ ଗୁରୁତର ହୋଇଥିଲେ। ଅନ୍ଧାରର ଫାଇଦା ନେଇ ଆତଙ୍କବାଦୀମାନେ ବେଶା ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ସେନା ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories