www.samajalive.in
Friday, December 5, 2025
26.1 C
Bhubaneswar

ରତ୍ନଭଣ୍ଡାର ଚାବି ମିଛର ତଦନ୍ତ ହେବ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ରତ୍ନଭଣ୍ଡାର ଡୁପ୍ଲିକେଟ୍‌ ଚାବି ମିଛର ତଦନ୍ତ କରାଯିବ। କିଏ କେଉଁ ଉଦ୍ଦେଶ୍ୟରେ ଏତେବଡ଼ ମିଛ ପ୍ରଚାର କରୁଥିଲେ ତାଙ୍କୁ ଖୋଜି ବାହାର କରାଯିବ। ରତ୍ନଭଣ୍ଡାର ଖୋଲି ମରାମତି ସମେତ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି ମଣତିକୁ ପ୍ରାଥମିକତା ଦିଆଯାଉଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସରକାରଙ୍କ ଦ୍ବାରା ଅନୁମୋଦିତ ମାର୍ଗଦର୍ଶିକା(ଏସ୍‌ଓପି) ଅନୁଯାୟୀ ଶୃଙ୍ଖଳିତ ଭାବେ ରବିବାର ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ଏହା ପଛରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି। ଦୀର୍ଘଦିନର ଦାବି ସତ୍ତ୍ୱେ ପୂର୍ବ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନଥିଲେ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ। ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି ମଣତି ପରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜିଲା କୋଷାଗାରରୁ ଅଣାଯାଇଥିବା ଡୁପ୍ଲିକେଟ୍‌ ଚାବିରେ ଭିତର ରତ୍ନଭଣ୍ଡାର ତାଲା ନଖୋଲିବା ସମ୍ପର୍କରେ ସେ କହିଛନ୍ତି ପୂର୍ବରୁ ଏଥିନେଇ ମିଛ ପ୍ରଚାର କରାଯାଉ ଥିଲା। ଗୋଟିଏ ତାଲା ସିଲ୍‌ ଥିବାବେଳେ ଅନ୍ୟ ଦୁଇଟିରେ କାହିଁକି ସିଲ୍‌ ନଥିଲା ସେ ସମ୍ପର୍କରେ ତଦନ୍ତ କରାଯିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷାରେ ଅବହେଳା ଏବଂ ତ୍ରୁଟି କରିଥିବା କାହାକୁ ସରକାର ଛାଡ଼ିବେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories