www.samajalive.in
Monday, December 8, 2025
14.1 C
Bhubaneswar

ଜଳ ହେଉଛି ଜହର : ପୋଖରୀରେ ମିଶୁଛି ଡ୍ରେନ ପାଣି

ତୁଷୁରା : ତୁଷୁରା ସହରର ଲାଇଫ ଲାଇନ କୁହାଯାଉଥିବା ସହରର ସର୍ବପୁରାତନ ବଡବନ୍ଧ ପୋଖରୀରେ ଗାଧୋଇବା ପାଇଁ ତୁଷୁରାର ଜନସାଧାରଣ ନିର୍ଭର କରିଥାନ୍ତି। ନଦୀ ଜଳ ଯେବେ ଶୁଖିଯାଏ ଏହି ପୋଖରୀ ହିଁ ଲୋକମାନଙ୍କ ଏକମାତ୍ର ଭରସା।କିନ୍ତୁ ଏହି ଲାଇଫ ଲାଇନ ପୋଖରୀ ଜଳ ବର୍ତ୍ତମାନ ଜହରରେ ପରିଣତ ହେବାକୁ ଯାଉଛି। ଏହି ପୋଖରୀକୁ ଡ୍ରେନର ଆବର୍ଜନା ପାଣି ସିଧା ସଳଖ ମିଶୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ,  ତୁଷୁରା ଏନଏସି ଅର୍ନ୍ତଗତ ୫ ନମ୍ବର ୱାର୍ଡ଼ର ବାଳିକା ଉଚ୍ଚ ବିଦ୍ୟାଳୟ ପଛପଟେ ରହିଛି ଏହି ପୋଖରୀ। ଉକ୍ତ ପଡ଼ାରେ ବହୁ ପରିବାର ବସବାସ କରୁଛନ୍ତି। ତେଣୁ ଘର ଗୁଡ଼ିକର ଆବର୍ଜନା ପାଣିକୁ ନିଷ୍କାସନ କରିବାକୁ ଯାଇ ଉକ୍ତ ପଡ଼ାରେ ନୂତନ ଡ଼୍ରେନ କାର୍ଯ୍ୟ ଚାଳୁ ଅଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ତଥା ପରିଚଳନାଗତ ଭୁଳ ନିଷ୍ପତି ଯୋଗୁଁ ଛଡ଼ାଯାଉଥିବା ମଇଲା ପାଣିକୁ ଅନ୍ୟତ୍ର ଛଡ଼ା ନଯାଇ ସିଧା ପୋଖରୀ ଆଡ଼କୁ ମୁଁହାଇଥିବାରୁ ଆବର୍ଜନା ପାଣି ଯାଇ ପୋଖରୀରେ ମିଶୁଛି। ଯଦି ଏପରିଭାବେ ଆବର୍ଜନା ପାଣିକୁ ନିୟମିତ ଛଡ଼ାଯାଏ ତେବେ ଆଗାମୀ ଦିନରେ ପୋଖରୀର ପାଣିକୁ ଗାଧୋଇବା ପାଇଁ ବ୍ୟବହାର କରାଯାଏ ତା ହେଲେ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି। ଏହି ଖବର ପ୍ରଚାରିତ ହେବା ପରେ ଉକ୍ତ ପାଣିକୁ ବ୍ୟବହାର କରୁଥିବା ଲୋକେ ତୀବ୍ର ପ୍ରତିକ୍ରିଆ ପ୍ରକାଶ କରିବା ସହ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ଯଦି ଆଗାମୀ ଦିନରେ ଏହି ଡ଼୍ରେନ ପାଣିକୁ ଅନ୍ୟତ୍ର ଛଡ଼ା ନଯାଏ ତେବେ ତୀବ୍ର ଆନ୍ଦୋଳନ କରିବାକୁ ଲୋକେ ସଜବାଜ ହେଉଥିବା ଆଲୋଚନା ହେଉଛି। ତେଣୁ ଏହି ଡ୍ରେନର ପାଣିକୁ ଅନ୍ୟ ଆଡକୁ ଛାଡିବା ନଚେତ ସ୍କୁଳ ସମ୍ମୁଖରୁ ଯାଉଥିବା ଡ଼୍ରେନରେ ଉକ୍ତ ଡ଼୍ରେନକୁ ସଂଯୋଗ କରିବା ପାଇଁ ନିକଟସ୍ଥ ପଡାର କିଛି ଯୁବ ସମାଜ ତୁଷୁରା ଏନଏସି କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ ପରେବି ପ୍ରଶାସନ ନିରବ ରହିଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories