ମଧ୍ୟାହ୍ନ ଭୋଜନ ଖାଇ ୭ ଛାତ୍ର ଅସୁସ୍ଥ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଲୟରେ ବୁଧବାର ମଧ୍ୟାହ୍ନ ଭୋଜନ ଖାଇ ୭ ଜଣ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥ ଛାତ୍ରଙ୍କୁ ସିନେ୍ଧକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଛାତ୍ରମାନେ ହେଉଛନ୍ତି ଆକାଶ ସାହୁ(୧୨), କବିରାଜ ସାହୁ(୧୨), ମନୋଜ ବାଗ(୧୨), ସରୋଜ ବେହେରା(୧୨), କୌତୁକ ପୁଟେଲ(୧୨), ମନୋଜ ପୁଟେଲ(୧୨), ନିଲୁ ସାହୁ(୧୨)।
ସୂଚନା ଅନୁସାରେ, ଝଲପ ସ୍କୁଲରେ ୧୮୭ ଜଣ ଛାତ୍ରଛାତୀ ଅଧ୍ୟୟନ କରୁଥିବା ବେଳେ ବୁଧବାର ୧୬୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଅଣ୍ଡା ଏବଂ ଭାତ ଖାଇ ବିଦ୍ୟାଲୟର ୭ ଜଣ ଛାତ୍ର ଅସୁସ୍ଥ ଅନୁଭବ କରିଥିଲେ। ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଙ୍କର ମୁଣ୍ଡ ବିନ୍ଧା ହେବାରୁ ସେମାନଙ୍କୁ ବିଦ୍ୟାଳୟର ଶିକ୍ଷକ ଏବଂ ଅଭିଭାବକମାନେ ସିନେ୍ଧକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଛାଡି ଦେଇଥିବା ସିନେ୍ଧକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା.ଖୁଣ୍ଟିଆ ସୂଚନା ଦେଇଛନ୍ତି। ଅଣ୍ଡା ପାଇଁ ଏହି ଭଳିି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ଏପରି ଭୁଲ ନ ହେଉ ବୋଲି ବିଦ୍ୟାଳୟ କମିଟି ସଭାପତି ପୁରୁଷୋତ୍ତମ ଭୋଇ, ଗୁଣନିଧି ବାରିକ, ହେମନ୍ତ ବେହେରା, ଦିନା ପୁଟେଲ ପ୍ରମୁଖ ଦାବି କରିଥିଲେ।

kalyan agarbati

Comments are closed.