ବୈଜୟନ୍ତଙ୍କ ଇସ୍ତଫା ପତ୍ର ଗୃହୀତ

0

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗୁରୁବାର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ର ଗୃହୀତ ହେବା ବିଷୟରେ ଲୋକସଭାରେ ଘୋଷଣା କରିଛନ୍ତି। ଫଳରେ ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗରେ ଗତ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିଛି। ବୈଜୟନ୍ତଙ୍କ ସମେତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେରଳ କଂଗ୍ରେସ (ମଣି)ର ଜୋସ୍‍ କେ ମଣିଙ୍କ ତ୍ୟାଗପତ୍ର ଗ୍ରହଣ ବିଷୟରେ ଲୋକସଭାକୁ ଅବଗତ କରାଇଛନ୍ତି। ଉଭୟଙ୍କ ଇସ୍ତଫାକୁ ୧୮ ଜୁଲାଇରୁ ଗ୍ରହଣ କରାଯାଇଛି ବୋଲି ବାଚସ୍ପତି ଶ୍ରୀମତୀ ମହାଜନ ସଂସଦକୁ ଜଣାଇଥିଲେ। ପୂର୍ବରୁ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର ଆଠ ଜଣ ସାଂସଦଙ୍କ ଇସ୍ତଫା ବିଷୟରେ ବୁଧବାର ଦିନ ଲୋକସଭାରେ ଘୋଷଣା କରାଯାଇଥିଲା। ଗତ ଜୁନ ୭ରୁ ଇସ୍ତଫା ପତ୍ର ବହୁଦିନ ଧରି ଲୋକସଭା ଅଧ୍ୟକ୍ଷ ନିକଟରେ ପଡ଼ି ରହିବା ଫଳରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ବାଚସ୍ପତି ସୁମିତ୍ରା ମହାଜନଙ୍କୁ ବୈଜୟନ୍ତ ପଣ୍ଡା ଦୁଇ ଥର ସାକ୍ଷାତ କରି ଇସ୍ତଫା ପତ୍ରକୁ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ।

Leave A Reply