www.samajalive.in
Sunday, December 7, 2025
23.1 C
Bhubaneswar

ବିବାହ କରିବେ ‘ବାହୁବଳୀ’ ରାଣା

ହାଇଦରାବାଦ୍ ‌: ସୁପରଡୁପର ହିଟ୍‌ ଫିଲ୍ମ ‘ବାହୁବଳୀ’ ତାରକା ଅଭିନେତା ରାଣା ଡଗୁବଟି ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରାଣାଙ୍କ ବିବାହ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁ ଓ ପ୍ରଶଂସକମାନେ ଖୁସି ଜାହିର କରିଛନ୍ତି। ହାଇଦରାବାଦ୍‌ର ଇଣ୍ଟେରିଅର ଡିଜାଇନର୍‌ ମିହିକା ବଜାଜ୍‌ଙ୍କୁ ବିବାହ କରିବେ ରାଣା। ଦୀର୍ଘ ଦିନ ଧରି ମିହିକାଙ୍କ ସହିତ ଡେଟିଂରେ ରହିଥିବା ରାଣା ଏବେ ତାଙ୍କୁ ଜୀବନସାଥୀ କରିବାକୁ ଯାଉଛନ୍ତି। ନିକଟରେ ରାଣା ଓ ମିହିକାଙ୍କ ଏନ୍‌ଗେଜ୍‌ମେଣ୍ଟ ଶେଷ ହୋଇଛି। ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟ ଫଟୋ ସୋସିଆଲ୍‌ ମିଡ଼ିଆରେ ରାଣା ଛାଡ଼ିବା ପରେ ତାହା ଭାଇରାଲ୍‌ ହୋଇଛି। ଦୀର୍ଘବର୍ଷ ପରେ ହାଇଦରାବାଦ୍‌ ରାମନାଇଡୁ ଫିଲ୍ମ ଷ୍ଟୁଡ଼ିଓରେ ରାଣା ଓ ମିହିକାଙ୍କ ଏନ୍‌ଗେଜ୍‌ମେଣ୍ଟ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ବାହୁବଲୀ ତାରକା ରାଣା ଡଗୁବାଟି। ସେ ତାଙ୍କ ପ୍ରେମିକା ମିହିକା ବାଜାଜ୍‌ଙ୍କୁ ଏନ୍‌ଗେଜ୍‌ମେଣ୍ଟ କରିଛନ୍ତି। ଏନ୍‌ଜେ୍‌ମେଣ୍ଟର ଏକ ସୁନ୍ଦର ଫଟୋକୁ ସୋସିଆଲ୍‌ ମିଡ଼ିଆରେ ଶେୟାର୍‌ କରିଛନ୍ତି ରାଣା। ଏହାପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଣାଙ୍କୁ ଅନୀଲ୍‌ କପୁର, ଶ୍ରୁତି ହସନ୍‌, ଦିଆ ମିର୍ଜା, ବିକ୍ରମ ପ୍ରଭୁ ଶୁଭେଚ୍ଛା ଜଣାଇଛନ୍ତି। ରାଣାଙ୍କ ଭାବି ପତ୍ନି ମିହିକା ବଜାଜ୍‌ ହାଇଦ୍ରାବାଦର ଜ ବ୍ୟବସାୟୀ ପରିବାରର ଝିଅ। ରାଣା ଓ ମିହିକାଙ୍କ ଏନ୍‌ଗେଜ୍‌ମେଣ୍ଟ ଉତ୍ସବରେ ରାଣାଙ୍କ ଭାଇ ଅଭିରାମ ଓ ସମ୍ପର୍କୀୟ ଭାଇ ଅର୍ଜୁନ୍‌ ଯୋଗ ଦେଇଥିବାବେଳେ ମିହିକାଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ରାଣା ଧଳା ପାଇଜାମା କୁର୍ତ୍ତା ପିନ୍ଧିଥିବାବେଳେ ମିହିକା କମଳା ଓ ହଳଦିଆ ରଙ୍ଗ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ରାଣା ଡଗୁବଟି ହିନ୍ଦୀ ଓ ତାମିଲ ଭାଷାରେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦମ୍‌ଦାର ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories