ବାହାନଗା : ବାହାନଗା ରେଳ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଚାଲୁଥିବାରୁ ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରିଲେ ରୁମ୍, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସରଭୁକ୍ତ ହୋଇଛି। ସେଗୁଡ଼ିକୁ ସିଲ୍ କରି ଦିଆଯାଇଛି। ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏଠାରେ ଟ୍ରେନ୍ ଅଟକିବ ନାହିଁ। ଟ୍ରେନ୍ ଅଟକିବା ନେଇ ଅନୁମତି ମିଳିବା ମାତ୍ରେ ବାହାନଗା ଷ୍ଟେସନ ବଜାରରେ ପୂର୍ବପରି ଟ୍ରେନ ରହିବ।
ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ୯୨୦ ଜଣ ଆହତ ହୋଇଛନ୍ତି। ୯୨୦ ଆହତଙ୍କ ମଧ୍ୟରୁ ୧୬୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୩୭୯ ଜଣ ସାମାନ୍ୟ ଆହତ ହୋଇଥିଲେ।
ବାହାନଗାରେ ରହିବନି କୌଣସି ଟ୍ରେନ୍
Popular Categories



