www.samajalive.in
Saturday, December 6, 2025
16.1 C
Bhubaneswar

ପଞ୍ଚାୟତ ଆକାଉଣ୍ଟରୁ ୮.୩ଲକ୍ଷ ଟଙ୍କା ଉଠିବା ଘଟଣା

ବଡ଼ସାହି : ଖାନୁଆ ପଞ୍ଚାୟତର ପଶୁଦା ଏସ୍‍ବିଆଇ ଶାଖା ଆକାଉଣ୍ଟରେ ଥିବା ୮ଲକ୍ଷ ୩୧ହଜାର ୯୨୯ ଟଙ୍କା ଚଞ୍ଚକତା ପୂର୍ବକ ଉଠାଇବା ଘଟଣାର ୨ମାସ ବିତିବା ପରେ ପୁଲିସ୍‍ ୨ଜଣ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖାନୁଆ ଗ୍ରାମର ଦଳଗୋବିନ୍ଦ ବେହେରା ଓ କରୁଣାକର ସିଂହ । ଉଭୟେ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଏହି ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା ହେବା ପରେ ଦୁହେଁ ନୂଆ ବୋଲୋରୋ ଓ ଡମ୍ଫର କିଣିବାରେ ବ୍ୟବହାର କରିଥିବା ନେଇ ପୁଲିସ୍‍ ସନ୍ଦେହ କରି ତଦନ୍ତ ଜାରି ରଖିଛି। ଗାଡି ଗୁଡିକୁ ମଧ୍ୟ ଜବତ କରାଯିବ ବୋଲି ଜଣାପଡ଼ିଛି। ତତ୍‍ସହିତ ବ୍ୟାଙ୍କ କର୍ମଚାରୀ ଏହି ଘଟଣାର ସନ୍ଦେହରେ ରହିଛନ୍ତି।
ପ୍ରକାଶ ଯେ, ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ଟଙ୍କାରୁ ୮ଲକ୍ଷ ୩୧ହଜାର ୯୨୯ଟଙ୍କା କେହି ଉଠାଇ ଥିବା ଜାଣିବାକୁ ପାଇ ଖାନୁଆ ତତ୍କାଳୀନ ସରପଞ୍ଚ ଗୀତାରାଣୀ ସିଂହ ଓ ପିଇଓ ରବିନରାୟଣ ବେହେରା ବଡ଼ସାହି ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ଜୁଲାଇ ୫ତାରିଖ ଅପରାହ୍ଣରେ ଅଭିଯୋଗ କରିଥିଲେ। ସେ ଘଟଣା ସମ୍ପର୍କରେ ମୟୂରଭଞ୍ଜ ଜିଲାପାଳ, ଉପଜିଲାପାଳ ଓ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ମଧ୍ୟ ଅବଗତ କରି ଥାନାରେ ଏତାଲା ଦେବାକୁ ଜିପିଇଓଙ୍କୁ କହିଥିଲେ। ବ୍ୟାଙ୍କ ଶାଖା ଖୁଣ୍ଟା ଥାନା ଅଧିନସ୍ଥ ଥିବାରୁ ଖୁଣ୍ଟା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍‍ ପରଦିନ ବ୍ୟାଙ୍କରେ ପହଞ୍ଚି ସମ୍ପୃକ୍ତ ଆକାଉଣ୍ଟକୁ ଅଚଳ କରିବାକୁ ବ୍ୟାଙ୍କ ଶାଖା ପରିଚାଳକଙ୍କୁ କହି କାଗଜପତ୍ରକୁ ଭିତ୍ତିକରି ତଦନ୍ତ କରୁଥିଲା। ପଞ୍ଚାୟତ ଆକାଉଣ୍ଟ(୩୨୦୫୩୫୩୦୨୦୧)ରୁ ମଇ ୯ ତାରିଖରେ ଓ ଜୁନ ୧୩ ତାରିଖରେ ଯଥାକ୍ରମେ ୩ଲକ୍ଷ ୮୩ହଜାର ୪୪୦ଟଙ୍କା ଓ ୪ଲକ୍ଷ ୪୮ହଜାର ୪୮୬ ଟଙ୍କା ଦୋଳଗୋବିନ୍ଦ ବେହେରା ଓ କରୁଣାକର ସିଂହଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‍ ହୋଇଥିଲା। ଉଭୟଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‍ ନେଇ ପଞ୍ଚାୟତରୁ ବ୍ୟାଙ୍କକୁ କୌଣସି ଆଡ଼ଭାଇସ୍‍ ନୋଟିସ ଦିଆଯାଇନଥିବା ବେଳେ ସରପଞ୍ଚ ଓ ପିଇଓ ଦସ୍ତଖତ ମଧ୍ୟ କରିନଥିଲେ। ଅଭିଯୁକ୍ତ ଦୁହେଁ ଏକ ସାଧା କାଗଜରେ ଜାଲ ଦସ୍ତଖତ କରି ଟଙ୍କା ଟ୍ରାନ୍ସଫର କରିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ଏତେ ଟଙ୍କା ଦୁଇ ଆକାଣ୍ଟଧାରୀଙ୍କ ନାମରେ ଅଚାନକ ଜମା ହେବା ପରେ ସେମାନେ ଚୁପଚାପ୍‍ ରହିବା ଓ ସଙ୍ଗେସଙ୍ଗେ ଟଙ୍କା ଖର୍ଚ୍ଚ କରିପକାଇବା ସନ୍ଦେହଜନକ ଥିଲା। ତେବେ ଅଭିଯୁକ୍ତ ଦୁହେଁ ପଞ୍ଚାୟତ ଠିକାଦାରୀ ଅର୍ଥ ସରପଞ୍ଚ ଓ ପିଇଓଙ୍କ ଦସ୍ତଖତ ବଳରେ ଟ୍ରାନ୍ସଫର କରିଥିବା କହିଛନ୍ତି। ନିଲମ୍ବିତ ସରପଞ୍ଚ ପ୍ରତିଶୋଧ ପରାୟଣ ହୋଇ ଦୁହିଁଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ଗିରଫ କରୁଣାକର ସିଂହଙ୍କ ଅଭିଯୋଗ କ୍ରମେ ତାଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଖାନୁଆର ବର୍ତ୍ତମାନ ସରପଞ୍ଚ ଭିଜିଲାନ୍ସ ଦ୍ୱାରା ଧରାପଡ ନିଲମ୍ବିତ ହୋଇଥିବା ବେଳେ ନିଜେ କରୁଣାକର ସହଯୋଗୀଙ୍କ ସହିତ ବିଚାରବିଭାଗୀୟ ହାଜତରେ ରହିବା ଆଲୋଚନାର ଖୋରାକ୍‍ ସାଜିଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories