www.samajalive.in
Saturday, December 6, 2025
26.1 C
Bhubaneswar

ଏୟାରଟେଲର ନୂଆ ଅଫର : ୧୬୮ ଟଙ୍କାରେ ଅନଲିମିଟେଡ କଲ

ନୂଆଦିଲ୍ଲୀ : ଏୟାରଟେଲ ପୁଣି ଏକ ସସ୍ତା ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଏୟାରଟେଲର ଏହି ପ୍ଲାନର ମୂଲ୍ୟ ୧୬୮ ଟଙ୍କା। ଏହି ପ୍ଲାନ କିଛିଦିନ ତଳେ ଲଞ୍ଚ ହୋଇଥିିବା ଭୋଡାଫନ ୧୫୯ ଟଙ୍କାର ପ୍ଳାନ ସହିତ ସିଧା ଟକ୍କର ଦେବ। ଏୟାରଟେଲର ୧୬୮ ଟଙ୍କାର ଏହି ପ୍ଲାନରେ ଅନଲିମିଟେଡ କଲିଂ ସହିତ ପ୍ରତିଦିନ ୧ଜିବି ଇଣ୍ଟରନେଟ ଡାଟା ମିଳିବ। ତେବେ ଆସନ୍ତୁ ଏହି ପ୍ଲାନ ବାବଦରେ ବିସ୍ତାରରେ ଜାଣିବା।
ଏଥିରେ ସମସ୍ତ ନମ୍ବରକୁ ଅନଲିମିଟେଡ କଲିଂ ସହିତ ପ୍ରତିଦିନ ୧୦୦ ମେସେଜ ମିଳିବ। ଏହି ପ୍ଲାନର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ। ଏହାବ୍ୟତୀତ ଏହି ପ୍ଲାନରେ ରୋମିଂରେ ମଧ୍ୟ କଲ ମାଗଣାରେ କରିପାରିବେ ଏବଂ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ଜି/୩ଜି/୪ଜିର ୧ଜିବି ଡାଟା ମିଳିବ। ଏହାଦ୍ୱାରା ସମୁଦାୟ ଆପଣ ୨୮ ଜିବି ଡାଟା ପାଇପାରିବେ।
କଲିଂ ଏବଂ ଡାଟା ବ୍ୟତୀତ ଏହି ପ୍ଲାନରେ ମାଗଣାରେ ହାଲୋଟ୍ୟୁନ ରଖିପାରିବେ। ରିଚାର୍ଜ କରିବାର କିଛି ସମୟ ପରେ ହାଲୋଟ୍ୟୁନ ଆକ୍ଟିଭେଟ ହୋଇଯିବ। ଏହାପରେ ଗ୍ରାହକଙ୍କ ଇଛା ଅନୁସାରେ ହାଲୋଟ୍ୟୁନ ପରିବର୍ତ୍ତନ କରିପାରିବେ।
ସୂଚନାଯୋଗ୍ୟ ପୂର୍ବ ସପ୍ତାହରେ ଏୟୟାରଟେଲ ୧୭୮ ଟଙ୍କା ରୁ ୫୫୯ ଟଙ୍କା ପର୍ଯ୍ୟନ୍ତ ୫ଟି ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲା। ଏହି ସବୁ ପ୍ଲାନରେ ଅନଲିମିଟେଡ କଲିଙ୍ଗ ସହିତ ଡାଟା ମଧ୍ୟ ମିଳିବ। ୧୭୮ ଟଙ୍କାର ପ୍ଲାନ ବିଷୟରେ କହିଲେ ଏଥିରେ ପ୍ରତିଦିନ ୧ଜିବି ୩ଜି/୪ଜି ଡାଟା ମିଳିବ ଏବଂ ଏହି ପ୍ଲାନର ବୈଧତା ୨୮ ଦିନ। ଏହାବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ ମେସେଜ ଏବଂ ଅନଲିମିଟେଡ ଲୋକାଲ, ଏସ୍‍ଟିଡି ଏବଂ ରୋମିଂରେ କଲିଂ ମିଳିବ।
ସେହିଭଳି ୨୯୯ ଟଙ୍କାର ପ୍ଲାନରେ ପ୍ରତିଦିନ ୧.୪ଜିବି ୪ଜି ଡାଟା ମିଳିବ ଏହାସହିତ ପ୍ରତିଦିନ ୧୦୦ମେସେଜ ଏବଂ ଅନଲିମିଟେଡ କଲିଙ୍ଗ ମଧ୍ୟ ମିଳିବ। ଏହି ପ୍ଲାନରେ ମଧ୍ୟ ରୋମିଙ୍ଗ ଫ୍ରି ହେବ ଯାହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories