www.samajalive.in
Monday, December 15, 2025
24.1 C
Bhubaneswar

ସେବାୟତଙ୍କ ଅଭିଯୋଗ ସତ୍ତ୍ବେ ମିଳୁନି ସୁରକ୍ଷା ଓ ସହଯୋଗ

ବଡ଼ମ୍ବା :  ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ତଥା ପ୍ରାଚୀନ ଶୈବପୀଠ କଟକ ଜିଲାର ବଡ଼ମ୍ବା ବ୍ଲକ ଅନ୍ତର୍ଗତ ସିଂହନାଥ ମନ୍ଦିର। ମହାନଦୀ ବକ୍ଷସ୍ଥଳରେ ଅବସ୍ଥିତ ଏହି ପୀଠକୁ ଓଡ଼ିଶାର ଦୀର୍ଘତମ ଟି ଆକୃତି ସେତୁ ନିର୍ମାଣ ପରେ ଆଶାତୀତ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଆଗମନ ହେଉଛି । ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ରାଜ୍ୟର କୋଣ ଅନୁକୋଣରୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ପୀଠ ପରିଦର୍ଶନରେ ଆସୁଥିବା ବେଳେ ପୀଠର ନାହିଁନଥିବା ଅସୁବିଧା ଓ ସମସ୍ୟାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବିଶେଷକରି ସେତୁ ଲୋକାର୍ପଣ ପରଠୁ ଦୈନନ୍ଦିନ ଗହଳି ଏହି ପୀଠରେ ପରିଲକ୍ଷିତ ହେଉଥିବା ବେଳେ ଏହା ପରିସରରେ ସୁରକ୍ଷାକୁ ନେଇ ସେବାୟତମାନେ ଅତିଷ୍ଠ ହୋଇଥିବା ଅଭିଯୋଗ ହୋଇଛି । ବେଢା ପରିସରରେ ନିଶାଡ଼ିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ବେଳେ ଛୋଟମୋଟ ଚୋରୀ ଏବଂ ପର୍ଯ୍ୟଟନ ବିଭାଗର ସମ୍ପତ୍ତି ଭଙ୍ଗାରୁଜା କରୁଥିବା ସେବାୟତଙ୍କଠୁ ପ୍ରକାଶ । ଜାତୀୟ ସ୍ମାରକୀ ମାନ୍ୟତା ପ୍ରାପ୍ତ ଏହି ପୀଠରେ ନିକଟରେ ଅସମାଜିକ ବ୍ୟକ୍ତିବିଶେଷ ଅନ୍ଧକାରର ସୁଯୋଗନେଇ ଗ୍ରାନାଇଟ ପ୍ରସ୍ତରରେ ଖୋଦିତ ପ୍ରତ୍ନତତ୍ୱ ବିଭାଗର ସୂଚନା ଫଳକକୁ ଭାଙ୍ଗିଦେଇଛନ୍ତି । ପୀଠ ପରିସରରେ ଉଠାଦୋକାନୀ ବସୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଚୋରା ମଦକାରବାର କରୁଥିବା, ସେବାୟତ ଏହାର ପ୍ରତିବାଦ କଲେ ସେମାନଙ୍କୁ ଧମକ ଦିଆଯାଉଥିବା ଅନ୍ୟତମ ବିଡ଼ମ୍ବନା ସାବ୍ୟସ୍ତ ହୋଇଛି। ପୁଲିସ ଏବଂ ପ୍ରଶାସନ ପାଖରେ ସେବାୟତମାନେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକାର ତ ଦୂରେ ଥାଉ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଦ୍ୟ ହୋଇପାରିନଥିବା ଜଣାଯାଇଛି।

- Advertisement -

ସୂଚନାଥାଉକି ଏହି ପୀଠକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗର ସୁବିଧା ନଥିବା ବେଳେ ଆଗନ୍ତୁକ ଦର୍ଶନାର୍ଥୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ପାନୀୟଜଳର ସୁବିଧା ମଧ୍ୟ ହୋଇ ପାରିନାହିଁ। ଫଳସ୍ୱରୂପ ମନ୍ଦିର ପରିସରରେ ଉଠାଦୋକାନୀଙ୍କଠୁ ଲୋକେ ଜଳଖିଆ ଏବଂ ପାନୀୟଜଳ କିଣିବାକୁ ବାଧ୍ୟ ହୋଇଥାନ୍ତି । ସେହିଭଳି ସନ୍ଧ୍ୟାପରେ ପୀଠ ଅନ୍ଧକାରାଛନ୍ନ ହୋଇଯାଉଥିବା ବେଳେ ଏହାର ସୁରକ୍ଷାକୁ ନେଇ ଜଗୁଆଳି କି ପୁଲିସ ବ୍ୟବସ୍ଥା ମଧ୍ୟ କରାଯାଇ ପାରିନାହିଁ। ଏତେ ସବୁ ସମସ୍ୟା ରହିଥିବା ବେଳେ ସେତୁ ଖୋଲିବା ପରେ ଦର୍ଶକଙ୍କ ଭିଡ଼କୁ ଦେଖି ପୀଠରେ ପୁଲିସ ପଇଁତରା ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାନଗଲେ ହୁଏତ ବଡ଼ଧରଣର ଅଘଟଣ ଯେ ନଘଟିବ ସେକଥାକୁ ଏଡ଼ାଇ ଦିଆଯାଇ ନପାରେ। ପୀଠରେ ହେଉଥିବା ନିଶା କାରାବାର, ଦୁର୍ବୁତ୍ତଙ୍କ ଦୌରାତ୍ମ୍ୟ ତଥା ଏହି ଐତିହପୂର୍ଣ୍ଣ ସ୍ମାରକୀର ସୁରକ୍ଷା ଦିଗରେ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଣିକି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମନ୍ଦିର ସେବାୟତ ତଥା ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories