www.samajalive.in
Monday, December 15, 2025
24.1 C
Bhubaneswar

ତହସିଲଦାର ଏବଂ ବିଡ଼ିଓଙ୍କୁ ବଡ଼ମ୍ବା ବିଜେପିର ଦାବିପତ୍ର

ବଡ଼ମ୍ବା : ବଡ଼ମ୍ବା ବ୍ଳକ ଭାରତୀୟ ଜନତା ପାର୍ଟି ତରଫରୁ ଚଳିତ ବନ୍ୟା ପରିପ୍ରେକ୍ଷୀରେ ବିଭିନ୍ନ ଦାବିନେଇ ସ୍ଥାନୀୟ ପ୍ରଶାସନ ପାଖରେ ଦାବିପତ୍ର ପ୍ରଦାନ କରାଯାଇଛି । ସେମବାର ଦଳର ନେତା ବିଭୂଦତ୍ତ ପଟ୍ଟନାୟକ ଏବଂ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସ୍ଥାନୀୟ ତହସିଲଦାର ତପନ କୁମାର ପରିଡ଼ାଙ୍କୁ ସାକ୍ଷାତ କରି ନିକଟରେ ଲଗାଣ ବର୍ଷା ଏବଂ ବନ୍ୟାରେ ଘଟିଥିବା କ୍ଷୟକ୍ଷତି ଏବଂ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ତୁରନ୍ତ ଜରୁରୀକାଳୀନ ସେବା ଯୋଗାଇବା ସହ ରାଜସ୍ୱ ନିରିକ୍ଷକଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ରିପୋର୍ଟ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଉକ୍ତ ପ୍ରତିନିଧିମଣ୍ଡଳୀ ପରେ ବଡ଼ମ୍ବା ମଣ୍ଡଳ ଉନ୍ନୟନ ଅଧିକାରୀ ଉତ୍କଳ ରଞ୍ଜନ ଆଚାର୍ଯ୍ୟଙ୍କୁ ଭେଟି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗାଁ ଏବଂ କୃଷିକ୍ଷେତ୍ରର ସରଜମିନ ତଦନ୍ତକରି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ତୁରନ୍ତ ଖାଦ୍ୟ ଏବଂ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବିପତ୍ର ଦେଇଥିଲେ । ଏହି ଅବସରରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଜାତୀୟ ଭତ୍ତା ଯୋଜାନାରେ ବଡ଼ମ୍ବା ପଞ୍ଚାୟତ ସମିତିରେ ବ୍ୟାପକ ଦୁର୍ନିତି ହେଉଥିବା ଦର୍ଶାଇ ଦଳ ତରଫରୁ ଏହାର ତୁରନ୍ତ ପ୍ରତିକାର ଏବଂ ସାମାଧାନ ପାଇଁ ଦାବି କରାଯିବା ସହ ଏକ ମାସ ମଧ୍ୟରେ ଏ ଦିଗରେ ସନ୍ତୋଷଜନକ ପଦକ୍ଷେପ ନିଆନଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଦଳ ତରଫରୁ ଚେତାବନି ଦିଆଯାଇଥିବା ପ୍ରକାଶ। ପ୍ରକାଶ ଥାଉକି ବିଭିନ୍ନ ସମୟରେ ବୈଷୟିକ ସମସ୍ୟା​ ଆଳଦେଖାଇ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ଯୋଗାଣ ବିଭାଗ ତରଫରୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଉଥିବା ଦଳ ତରଫରୁ ଅଭିଯୋଗ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜୋନ୍ ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, ସରୋଜ କୁମାର ବେଉରା, ଲକ୍ଷ୍ମୀଧର ପ୍ରଧାନ, ଭଜମନ ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବୃନ୍ଦାବନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories