www.samajalive.in
Tuesday, December 9, 2025
15.1 C
Bhubaneswar

ବଡବଜାର ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀପୂଜା

ଗଞ୍ଜାମ: ଗଞ୍ଜାମ ସହରର ବଡବଜାର ବଣିକ ସଂଘ ପକ୍ଷରୁ ବଡବଜାର ମିନିଷ୍ଟାଡିୟମ ପାଶ୍ୱର୍ରେ ୨୩ ତମ ଗଜଲକ୍ଷ୍ମୀ ପୂଜାର ଅନୁଷ୍ଠିତ ହୋଇଛି । ପଣ୍ଡିତ ରାଧା ଶତପଥୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ବେଦମନ୍ତ୍ର ଧ୍ୱନୀ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା ହୋଇଛି । ପୂଜାମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ ପାଇଁ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହା ସହ ଆକର୍ଷଣୀୟ ସାଜସଜ୍ଜା, ରଙ୍ଗବେରଙ୍ଗର ଆଲୋକ ମାଳା ମୁଖ୍ୟ ଆକର୍ଷଣ ହୋଇଛି। ସନ୍ଧ୍ୟା ଆଳତି ସମୟରେ ଘଣ୍ଟ ଘଣ୍ଟା ବାଦ୍ୟ ବାଜଣାରେ ମଧ୍ୟରେ ସମ୍ପୂର୍ଣ ରୂପେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।  ସହର ଉତ୍ସମୁଖର ହୋଇପଡିଥିବା ପରିଲକ୍ଷିତ ହେଉଛି।ବଣିକସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ସମ୍ପାଦକ କାହ୍ନୁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଜି.ରାମଦାସ ରେଡି, ଲୋକନାଥ ଦାଶ, କାଙ୍ଗା ପଲାଇ, ଗଣେଶ ପଟନାୟକ, ଅନି ପଟନାୟକ, ରମେଶ ମହାପାତ୍ର, ଦେବ ଦାସ, ଭେଂକେଟେଶ୍ୱର ବୈଠାରୁ ପ୍ରମୁଖଙ୍କ ସହ ସମସ୍ତ ବ୍ୟବସାୟୀ ସଂଘ ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ପୂଜା ଆୟୋଜିତ ହେଉଛି । ଏହି ଗଜଲକ୍ଷ୍ମୀ ପୂଜା ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୫ ଦିନଧରି ଆୟୋଜିତ ହେଉଥିବା କୋଷାଧ୍ୟକ୍ଷ ଶ୍ରୀ ରେଡି ପ୍ରକାଶ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories