ବାପା-ମା’ଙ୍କ ମୃତ୍ୟୁର ୪ବର୍ଷ ପରେ ଶିଶୁ ଜନ୍ମ
ବେଜିଂ : ଦୁର୍ଘଟଣାରେ ବାପା-ମାଆଙ୍କ ମୃତ୍ୟୁର ଦୀର୍ଘ ୪ବର୍ଷ ପରେସେମାନଙ୍କ ସନ୍ତାନ ଜନ୍ମ ନେଇଛି। ନାନ୍ଜିଂ ସହରର ସମ୍ପୃକ୍ତ ଦମ୍ପତି ୨୦୧୩ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁମୁଖରେ ପଡ଼ିବା ପୂର୍ବରୁ ଆଇଭିଏଫ୍ ପ୍ରକ୍ରିୟାରେ ସନ୍ତାନ ପାଇଁ ପ୍ରୟାସ କରୁଥିଲେ। ସେମାନଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ଉଭୟଙ୍କ ଭୃଣ ସଂରକ୍ଷିତ ରହିଥିଲା। ପିଲା ଜନ୍ମ ହେବା ନେଇ ଆଇନଗତ ପ୍ରତିବନ୍ଧକ ରହିଥିଲା। ଏହା ହଟିବା ପରେ ଗତ ଡିସେମ୍ବର ୯ରେ ଅନ୍ୟ ଜଣେ ମହିଳାଙ୍କ ଗର୍ଭରୁ (ସରୋଗେଟ୍ ମଦର) ଏକ ଶିଶୁ ପୁତ୍ର ଜନ୍ମ ହୋଇଥିବା ଜଣାପଡ଼ିଛି। ଶିଶୁ ପୁତ୍ରର ନାମ ଟିଆନ୍ଟିଆନ୍ ରଖାଯାଇଛି; ଯାହାର ଅର୍ଥ ମିଠା। ସନ୍ତାନ ପାଇଁ ଅନ୍ୟ ଜଣଙ୍କ ଗର୍ଭ ଭଡ଼ାରେ ବ୍ରବହାର କରିବା ବା ସରୋଗେସି ଚୀନ୍ରେ ନିଷିଦ୍ଧ ହୋଇଥିଲେ ମଧ୍ୟ ଏହି ମାମଲାରେ ସ୍ୱତନ୍ତ୍ର ଭାବେ ଅନୁମତି ଦିଆଯାଇଥିଲା। ଲାଓସ୍ରେ ଶିଶୁ ଜନ୍ମ ନେବା ପରେ ଏବେ ଚୀନ୍କୁ ଫେରିଛି। ଶିଶୁର ଜେଜେ ବାପା-ମାଆ ଏଥିପାଇଁ ତୀବ୍ର ଆଇନଗତ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଶେଷରେ ବିଜୟୀ ହୋଇଛନ୍ତି।