ଷ୍ଟାର ଦମ୍ପତିଙ୍କ କଳହ ଘଟଣା; ଆରମ୍ଭ ହେଲା ତଦନ୍ତ, ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍‌

ଭୁବନେଶ୍ୱର: ରାଜରାସ୍ତାରେ ଷ୍ଟାର ଦମ୍ପତି ବାବୁସାନ-ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କଳହ ଘଟଣା । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍‌ ହୋଇଛି । ଓଡ଼ିଶା ଫେରିଲେ ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । ତାହା ସହ ସତ୍ୟନଗର ଗେଷ୍ଟହାଉସ ଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି ।

ଗତକାଲି ସକାଳେ କ’ଣ ଘଟିଥିଲା ସେନେଇ ପୁଲିସ ପଚରାଉଚରା କରିଥିବା ସୂଚନା ମିଳିଛି । ଆଜି ତଦନ୍ତକାରୀ ଟିମ୍‌ ତୃପ୍ତିଙ୍କ ଘରକୁ ଯାଇ ତଦନ୍ତ କରିବେ । ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ଗତକାଲି ଖାରବେଳନଗର ଥାନାରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ମୋଟ୍‌ ୭ଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ । ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ଏନେଇ ପଚରାଉଚରା କରିସାରିଛି ପୁଲିସ ।

prayash

ସୂଚନା ଥାଉ କି ଗତକାଲି ରାଜରାସ୍ତାରେ ଓଲିଉଡର ସୁପରଷ୍ଟାର ବାବୁସାନ ଓ ପତ୍ନୀ ତୃପ୍ତିଙ୍କ କଳହର ଭିଡିଓ ଦେଖିବାକୁ ମିଳିଥିଲା । ଭିଡିଓରେ ଅଭିନେତା ବାବୁସାନ ଡ୍ରାଇଭିଂ କରୁଥିବା ବେଳେ ଅଭିନେତ୍ରୀ ଜଣକ  ଗାଡ଼ି ଆଗରେ ବସିଥିଲେ । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଅନୁସାରେ ଅଭିନେତା ସ୍ବାମୀ କିଛି ଦିନ ହେବ ଘରକୁ ଯାଉନାହାନ୍ତି । ଯାହାର ସତ୍ୟାସତ୍ୟ ଜାଣିବାକୁ ଏପରି କରିଥିଲେ ଅଭିନେତାଙ୍କ ପତ୍ନୀ ।

ବାଟରେ ସ୍ୱାମୀଙ୍କ ସହ ଅଭିନେତ୍ରୀଙ୍କୁ ଦେଖି ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ । ଆଉ ରାସ୍ତାଉପରେ ଚାଲିଥିଲା ଷ୍ଟାର ଦମ୍ପତି ଓ ବାନ୍ଧବୀଙ୍କ ହାଇଡ୍ରାମା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ହୋଇଥିବା ଜଣାପଡ଼ିଥିଲା ।

 

 

 

Comments are closed.