www.samajalive.in
Friday, December 5, 2025
20.1 C
Bhubaneswar

ଆସିବ ‘ବାଗୀ-୩’ : ନିର୍ଦ୍ଦେଶକ କଲେ ଘୋଷଣା

ମୁମ୍ବଇ : ନିଜ ଅଭିନୟ ଓ ଆକ୍ସନ ମାଧ୍ୟମରେ ଦର୍ଶକଙ୍କ ମନ କିଣୁ ଥିବା ଅଭିନେତା ଟାଇଗର ଶ୍ରଫ୍‍ଙ୍କ ଚଳଚ୍ଚିତ୍ର ‘ବାଗୀ’ ଓ ‘ବାଗୀ-୨’ ବକ୍ସ ଅଫିସ୍‍ରେ ହଇଚଇ ସୃଷ୍ଟି କରିଥିଲା। ‘ବାଗୀ’ ପରେ ମାର୍ଚ୍ଚ ୨୦୧୮ରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ବାଗୀ-୨’ କୁ ମଧ୍ୟ ଦର୍ଶକମାନେ ଖୁବ୍‍ ପସନ୍ଦ କରିଥିଲେ। ଦର୍ଶକଙ୍କ ଏଭଳି ଆଗ୍ରହ ଓ ଭଲପାଇବାକୁ ଦେଖି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅହମ୍ମଦ ଖାନ ଏହାର ୩ୟ ଭାଗ ପ୍ରସ୍ତୁତ କରିବାର ଘୋଷଣା କରିଛନ୍ତି। ନିର୍ଦ୍ଦେଶକଙ୍କ ଏହି ଘୋଷଣା ପରଠାରୁ ଦର୍ଶକମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର ୩ୟ ଭାଗକୁ ନେଇ ଉତ୍ସାହ ବଢିବାରେ ଲାଗିଛି। ଖବର ଅନୁସାରେ ‘ବାଗୀ-୩’ ର ସୁଟିଂ କାର୍ଯ୍ୟ ଆସନ୍ତା ବର୍ଷ ମେ-ଜୁନ୍‍ ମାସ ସୁଦ୍ଧା ଆରମ୍ଭ କରାଯିବ।
ତଥ୍ୟ ଅନୁସାରେ ଟାଇଗର ଶ୍ରଫ୍‍ ବର୍ତ୍ତମାନ କରଣ ଜୋହରଙ୍କ ଚଳଚ୍ଚିତ୍ର ‘ଷ୍ଟୁଡ଼େଣ୍ଟ୍‍ ଅଫ୍‍ ଦ ଇୟର-୨’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାଛଡ଼ା ସେ ହ୍ରିତିକ୍‍ ରୋଶନଙ୍କ ସହ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଏକ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଖୁବ୍‍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। କୁହାଯାଉଛି ଏହି ଦୁଇ ଚଳଚ୍ଚିତ୍ରର ସୁଟିଂ କାର୍ଯ୍ୟ ସାରିବା ପରେ ଟାଇଗର୍‍ ‘ବାଗୀ-୩’ର ସୁଟିଂ ଆରମ୍ଭ କରିବେ। ଖବର ଅନୁସାରେ ପୂର୍ବର ଦୁଇ ‘ବାଗୀ’ ପରି ‘ବାଗୀ-୩’ରେ ମଧ୍ୟ ନାୟିକା ପରିବର୍ତ୍ତନ ହୋଇପାରନ୍ତି। ‘ବାଗୀ-୨’ ଟାଇଗର ଶ୍ରଫ୍‍ଙ୍କ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଚଳଚ୍ଚିତ୍ର।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories