www.samajalive.in
Friday, December 5, 2025
17.1 C
Bhubaneswar

ଇମ୍ରାନ୍‍ଙ୍କ ବିଜୟ ପଛରେ ଫୋନ୍‍ ଆପ୍‍!

ଇସଲାମାବାଦ: ପାକିସ୍ତାନ ଜାତୀୟ ଆସେମ୍ବ୍ଲି ପାଇଁ ଗତ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ କ୍ରିକେଟ ତାରକା ଇମ୍ରାନ୍‍ ଖାନ୍‍ଙ୍କ ଦଳ ପାକିସ୍ତାନ ତେହେରିକ୍‍ ଆଇ ଇନ୍‍ସାଫ୍‍(ପିଟିଆଇ)ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଇମ୍ରାନ୍‍ଙ୍କ ଏହି ସଫଳତା ପଛରେ ଏକ ବୈଷୟିକ ଜ୍ଞାନକୌଶଳର ଭରପୂର ଉପଯୋଗ କରାଯାଇଥିବା ଅଭିଯୋଗ ଆସିଛି। ପାକିସ୍ତାନରେ ଭୋଟରଙ୍କ ଜନମତକୁ ହରଣ କରଯାଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍ ଅଭିଯୋଗ କରିଥିବା ବେଳେ ସେନାର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏବେ ଏହି ନୂଆ ଅଭିଯୋଗ ଆସିିବା ପରେ ଇମ୍ରାନ୍‍ଙ୍କ ଅଡ଼ୁଆ ବଢ଼ିପାରେ ବୋଲି ରାଜନୈତିକ ମହଲରୁ ମତ ପ୍ରକାଶ ପାଇଛି।
ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ଇମ୍ରାନ୍‍ ଖାନ୍‍ଙ୍କ ଦଳ ପିଟିଆଇ ‘କନ୍‍ଷ୍ଟିଚ୍ୟୁଏନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍‍’ ନାମକ ଏକ ନିର୍ଦ୍ଦିଷ୍ଟ ଫୋନ୍‍ ଆପ୍‍ ବ୍ୟବହାର କରିଥିଲା। ଏହାଦ୍ୱାରା ପ୍ରାୟ ୫୦ ନିୟୁତରୁ ଅଧିକ ଭୋଟରଙ୍କ ତଥ୍ୟକୁ ଚୋରାଇ ନିଆ ଯାଇ ପାରିଥିଲା। ନିର୍ବାଚନ ଦିନ ଉକ୍ତ ଆପ୍‍ ଜରିଆରେ ଭୋଟରଙ୍କ ମୋବାଇଲ୍‍କୁ ଏକ ମେସେଜ୍‍ ଯାଉଥିଲା। ସେଥିରେ ସେମାନଙ୍କ ମତଦାନ କେନ୍ଦ୍ରର ଠିକଣା ସହିତ ଅନ୍ୟାନ୍ୟ ସୂଚନା ଉପଲବ୍‍ô ହେଉଥିଲା। ଏହାଛଡ଼ା ମୋବାଇଲ୍‍ ଫୋନ୍‍ରେ ଜଣେ ଭୋଟରଙ୍କ ଭୋଟର ପରିଚୟ ପତ୍ରର ନମ୍ବର ଟାଇପ୍‍ କଲେ ଭୋଟରଙ୍କ ପରିବାରର ସମସ୍ତ ଭୋଟରଙ୍କ ନାମ ଓ ସୂଚନା ଉପଲବ୍ଧ ହେଉଥିଲା। ଇମ୍ରାନ୍‍ଙ୍କ ପ୍ରତି ସେନାର ସମର୍ଥନ ଥିବାରୁ ସରକାରୀ ଟେଲିଫୋନ୍‍ ଏକ୍ସଚେଞ୍ଜକୁ ଏଥିରେ ସମ୍ପୂର୍ଣ୍ଣ ଓ ଫଳପ୍ରଦ ଉପଯୋଗ କରାଯାଇଥିଲା।
ବିରୋଧୀ ଏ ସମ୍ପର୍କରେ ଆଗୁଆ ସୂଚନା ପାଇଯିବା ଭୟରେ ନିର୍ବାଚନ ଦିନ ସକାଳୁ ହିଁ ଭୋଟରଙ୍କ ମୋବାଇଲ୍‍କୁ ମେସେଜ୍‍ ଯାଇଥିଲା। ପିଟିଆଇର ଜଣେ ସାଂସଦ ତଥା ଅର୍ଥମନ୍ତ୍ରୀ ହେବାର ସମ୍ଭାବନା ଥିବା ଜଣେ ନେତା ତାଙ୍କ ବିଜୟରେ ଏହି ଆପ୍‍ର ବଳିଷ୍ଟ ଭୂମିକା ଥିବା ସ୍ୱୀକାର କରିଛନ୍ତି। ଏପରିକି ଖୋଦ୍‍ ଇମ୍ରାନ୍‍ ଖାନ୍‍ ମଧ୍ୟ ଏହି ଆପ୍‍ ବ୍ୟବହାର କରାଯାଇଛି ବୋଲି କହୁଥିବା ଏକ ଭିଡିଓ ଭାଇରାଲ୍‍ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories