www.samajalive.in
Sunday, December 7, 2025
26.1 C
Bhubaneswar

୧୪ ଦିନ ପରେ ଡାକ୍ତରଖାନାରୁ ଫେରିଲେ ଶବାନା

ମୁମ୍ବଇ: ପ୍ରଖ୍ୟାତ ବଲିଉଡ଼ ଅଭିନେତ୍ରୀ ଶବାନା ଆଜମୀ ୧୪ ଦିନ ପରେ ଶୁକ୍ରବାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଶନିବାର ଶବାନା ନିଜେ ପ୍ରଶଂସକମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଡାକ୍ତରଖାନାରୁ ଫେରିବା ନେଇ ସୂଚନା ଦେଇଛନ୍ତି। ଏହା ସହିତ ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଲେଖିଛନ୍ତି, “ମୋର ଶୀଘ୍ର ଆରୋଗ୍ୟ କାମନା କରିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ମୁଁ ଏବେ ଘରକୁ ଫେରି ଆସିଛି। ଏହା ସହିତ ନିଜର ଉତ୍ତମ ଦେଖାଶୁଣା ପାଇଁ ସେ ଟିନା ଅମ୍ବାନୀ ଓ କୋକିଲାବେନ୍‍ ଅମ୍ବାନୀ ହସ୍ପିଟାଲକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶବାନା ନିଜ ସୁସ୍ଥ ହୋଇ ଫେରିବା ଖବର ଦେବା ପରେ ଅନେକ କଳାକାର, ରାଜନେତା ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ମୁମ୍ବଇ-ପୁଣେ ଏକ୍ସପ୍ରେସ୍‍ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ ଶବାନା ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ମୁମ୍ବଇର କମୋଠେ ସ୍ଥିତ ମହାତ୍ମାଗାନ୍ଧୀ ମିଶନ ମେଡିକାଲ କଲେଜ ଆଣ୍ଡ୍‍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅନେ୍ଧରୀ ସ୍ଥିତ କୋକିଲାବେନ୍‍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories