www.samajalive.in
Monday, December 15, 2025
17.1 C
Bhubaneswar

କିଣା ହେବ ୨୮ କୋଟିର ଆୟୁଷ ଔଷଧ

ଭୁବନେଶ୍ୱର: ରାଜ୍ୟରେ କିଣାହେବ ୨୮ କୋଟି ଟଙ୍କାର ଆୟୁଷ ଔଷଧ। ଯାହା ସମସ୍ତ ଆୟୁଷ ଭେଷଜ ମହାବିଦ୍ୟାଳୟ, ହସ୍ପିଟାଲ ଏବଂ ଡିସ୍ପେନସାରୀକୁ ଯୋଗାଇ ଦିଆଯିବ। ଯେଉଁଥିରେ ହୋମିଓପାଥି ନିମନ୍ତେ ୫ କୋଟି ଓ ଆୟୁର୍ବେଦ ଔଷଧ ନିମନ୍ତେ ୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଆୟୁଷ ବିଭାଗରେ କାର୍ଯ୍ୟକାରୀ ହେବ ନିଦାନ। ପ୍ରଥମ ପର୍ଯ୍ୟାୟରେ ୯ଟି ଆୟୁଷ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଉପଲବ୍ଧ ହେବ।

ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ହସ୍ପିଟାଲରେ ଏହି ସୁବିଧା ମିଳିବ। ଏହାସାଙ୍ଗକୁ ରୋଗୀ କଲ୍ୟାଣ ସମିତି ମଧ୍ୟ ଗଠନ ହେବ। ଏନେଇ ସରକାର ନିଷ୍ପତ୍ତି ନେଇଥିବାବେଳେ ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟକାରୀ ନିମନ୍ତେ ପ୍ରାୟ ମାସେରୁ ଦୁଇ ମାସ ସମୟ ଲାଗିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବରୁ ଆୟୁଷ ଚିକିତ୍ସା ନିମନ୍ତେ ନିଆଯାଉଥିବା ୟୁଜର୍ସ ଫି’କୁ ଚଳିତ ମାସରୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ରାଜ୍ୟର ବିଭିନ୍ନ ଆୟୁଷ ହସ୍ପିଟାଲରେ ଔଷଧ ଅଭାବ ଦେଖାଦେଉଛି। ଏମିତିକି ମାସ ମାସ ଧରି ନିର୍ଦିଷ୍ଟ ସମୟରେ ଔଷଧ ପହଞ୍ଚୁନାହିଁ। ଏହାଦ୍ବାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଯେଉଁ ଔଷଧ ପହଞ୍ଚୁଛି ତାହା ଆବଶ୍ୟକତା ପୂରଣ କରିପାରୁନାହିଁ। ରାଜ୍ୟର ବିଭିନ୍ନ ଜିଲାରୁ ଏଭଳି ଅଭିଯୋଗ ଅାସୁଛି। ଏହି ଅାବଶ୍ୟକତା ପୂରଣ କରିବାକୁ ଯାଇ ସରକାର ୨୦୨୪-୨୫ ବର୍ଷ ପାଇଁ ୨୮ କୋଟି ଟଙ୍କାର ଔଷଧ କ୍ରୟ କରିବେ। ଏନେଇ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ୧୮ଟି କମ୍ପାନୀ ଔଷଧ ଯୋଗାଇବେ ବୋଲି ଜଣାପଡ଼ିଛି।

- Advertisement -

ଅନ୍ୟପକ୍ଷରେ ହୋମିଓପାଥି ଏବଂ ଆୟୁର୍ବେଦ ହସ୍ପିଟାଲରେ ଏଣିକି ସମସ୍ତ ନିଦାନ ପରୀକ୍ଷା କରାଯିବ। ସ୍ବତନ୍ତ୍ର ଭାବେ ପରୀକ୍ଷାଗାର କରାଯାଇ ରକ୍ତ ନମୁନା ସଂଗ୍ରହ କରାଯିବ। ଉକ୍ତ ନମୁନା ବିବରଣୀ ଆଧାରରେ ଡାକ୍ତର ଚିକିତ୍ସା‌ କରିବେ। ଏଥିରେ ମୋଟ ୪୦ ପ୍ରକାର ପରୀକ୍ଷା ନିମନ୍ତେ ସରକାର ନିଷ୍ପତ୍ତି ନେଇଥିବାବେଳେ ଏଲୋପାଥି ଭଳି ଏକ୍ସ-ରେ ଏବଂ ଅଲ୍ଟ୍ରାସାଉଣ୍ଡ ମଧ୍ୟ ଏଥିରେ ସାମିଲ କରାଯାଇଛି। ସେହିପରି ଏଜେନ୍ସି ଜରିଆରେ କିଛି ପରୀକ୍ଷା କରାଯିବ। ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏଦିଗରେ ନିଷ୍ପତ୍ତି ନିଆଯିବ। ବିଶେଷକରି ସରକାରୀ ଆୟୁର୍ବେଦ ହସ୍ପିଟାଲ, ପୁରୀ, ବଲାଙ୍ଗୀର, ପାଇକମାଳ, ସମ୍ବଲପୁର, ଭୁବନେଶ୍ବରର ଅଭିନ୍ନ ଚନ୍ଦ୍ର ହୋମିଓପାଥି ଭେଷଜ ମହାବିଦ୍ୟାଳୟ, ରାଉରକେଲାରେ ପ୍ରାଥମିକ ପର୍ଯ୍ୟାୟରେ ନିଦାନ ସାମିଲ ହେବ। ଏହାଦ୍ବାରା ସାଧାରଣ ଗରିବ ରୋଗୀ ଉପକୃତ ହେବେ ଏବଂ ପରୀକ୍ଷା ନିମନ୍ତେ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ। ସେହିପରି ରୋଗୀ କଲ୍ୟାଣ ସମିତି ଗଠନ ହେବ। ପରବର୍ତ୍ତୀ ସମୟରେ ପରିଚାଳନା ପରିଷଦ ଏବଂ କାର୍ଯ୍ୟକାରୀ ପରିଷଦ ମଧ୍ୟ ଗଠନ ହେବ। ଏହାଦ୍ବାରା ଚିକିତ୍ସାଳୟରେ ନିୟମିତ ବ୍ୟବଧାନରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ। ଔଷଧ ଅଭାବ ହେଉ ଅବା ହସ୍ପିଟାଲ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ତଥା ଗୁଣାତ୍ମକ ସେବା ଉପରେ ଆଲୋଚନା କରାଯାଇ ଏଦିଗରେ ଅଧିକ ପଦକ୍ଷେପ ନିଆଯାଇପାରିବ। ଏହାସହିତ ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ଆୟୁଷ ନିର୍ଦେଶାଳୟ ପକ୍ଷରୁ ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories