www.samajalive.in
Friday, December 5, 2025
23.1 C
Bhubaneswar

ଗୁରୁବାର ରାଶିଫଳ: ଏହି ରାଶି ପାଇଁ ଆଜି ଅତ୍ୟନ୍ତ ଶୁଭଦିନ

ମେଷ: ଧନ ଲାଭ ସହିତ ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବହୁ ସୁଖକର ଘଟଣା ଘଟିପାରେ। ଆନନ୍ଦ ଉପଭୋଗ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।

ବୃଷ: ଚିତ୍ତ ପ୍ରସନ୍ନତା ଭାବାପନ୍ନ ହେବ। ଶତ୍ରୁ ବିନାଶ କରି ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିପାରନ୍ତି। ଋଣବୋଝ ମୁଣ୍ଡରୁ ଓହ୍ଲାଇବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟ କରଣୀୟ।

- Advertisement -

ମିଥୁନ: ଆୟ ଯଥେଷ୍ଟ ପରିମାଣର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପର ଧନରେ ଧନୀ ହୋଇପାରନ୍ତି। ମହିଳା ମଣ୍ଡଳୀର ସାହାଯ୍ୟକାରୀ ହେବେ। ପ୍ରିୟଭାଷୀ ଓ ଧନ-ଯାନ-ବାହନ ଯୁକ୍ତ ହେବେ।

କର୍କଟ: ବାସଗୃହ ପରିବେଶ ଉତ୍ତମମାନର ହେବ। କୃଷିକ୍ଷେତ୍ର ଲାଭଦାୟକ ହେବ। ଯାନ-ବାହନ ସୁଖ ମିଳିବ। ନୃପତୁଲ୍ୟ ବଳବୀର୍ଯ୍ୟ ସମ୍ପନ୍ନ ହୋଇପାରନ୍ତି। ଭୂମି ଲାଭ ଅଥବା ଭୂଜାତ ପଦାର୍ଥ ଲାଭ ହୋଇପାରେ।

ସିଂହ: ଆଶାବାଦୀ ହେବେ। କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ରୂପବାନ୍ ହେବେ। ଶାନ୍ତ ଓ ନିପୁଣ ହୋଇପାରନ୍ତି। ମେଧାବୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବିଦ୍ବାନ ଓ ଦୟାଳୁ ହେବେ।

କନ୍ୟା: ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଅନେକ କ୍ଷେତ୍ରରେ ସମ୍ମାନିତ ହେବାର ସମ୍ଭାବନା ରହିଛି। ପରିବାରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ତ୍ୟାଗଶୀଳ ଓ ମତିଜ୍ଞ ହେବେ। ବିବିଧ ଧର୍ମଯୁକ୍ତ ହେବେ। ଧର୍ମ ଧ୍ବଜାଧାରୀ ହେବେ।

ତୁଳା: ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଶ୍ରୀ ଚନ୍ଦ୍ରଭୋଗ ହେତୁ ଆୟ ଆଶାନୁରୂପ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆଶୀର୍ବାଦ ଯୁକ୍ତ ହେବେ। ଚିନ୍ତାଧାରା ଉତ୍ତମମାନର ହେବ।

ବିଛା: ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ। ଭିନ୍ନ ଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗନେଇ ନିରବ ଦର୍ଶକ ହୋଇପାରନ୍ତି। ଧର୍ମକାର୍ଯ୍ୟରେ ଧନବ୍ୟୟ କରିବେ।

ଧନୁ: ଅଧିକ ଅଭିଜ୍ଞତା ଓ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭାଗୀୟ ସୂତ୍ରରୁ ଏପରିକି ସରକାରୀସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳିପାରେ।

ମକର: ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।

କୁମ୍ଭ: ସୁଖ-ସମ୍ମାନ ଲାଭ କରିବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରି ପ୍ରଶଂସାର ପାତ୍ର ହେବେ। ବିବାଦରେ ବିଜୟୀ ହେବେ।

ମୀନ: ଆର୍ଥିକ ସ୍ଥିତିରେ ଟଳମଳ ଅବସ୍ଥା ସୃଷ୍ଟି ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶୁଭ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ମିଳନରେ କିଛିଟା ଉପକୃତ ହୋଇପାରନ୍ତି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories