www.samajalive.in
Monday, December 15, 2025
26.1 C
Bhubaneswar

ମାନସ ବସ୍ତିଆ ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର: କଟକ ଜିଲା ଆଠଗଡ଼ର ମାନସ ବସ୍ତିଆଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ବହିଷ୍କୃତ ହୋଇଛନ୍ତି। ବିଜେଡି ସଭାପତିଙ୍କ ଆଦେଶକ୍ରମେ ଉପସଭାପତି (ମୁଖ୍ୟାଳୟ) ପ୍ରତାପ ଜେନାଙ୍କ ଦସ୍ତଖତରେ ଏନେଇ ନିର୍ଦେଶନାମା ଜାରି ହୋଇଛି। ଗତବର୍ଷ ଜୁନ ୧୯ ତାରିଖରେ ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଥିଲା ଯେ, ମାନସ ବସ୍ତିଆ ନାମକ ଜନୈକ ବ୍ୟକ୍ତି ନିଜକୁ ବିଜେଡି କର୍ମକର୍ତ୍ତା ଭାବେ ପରିଚୟ ଦେଇ ବିଭିନ୍ନ ଗଣମାଧ୍ୟମରେ ଦଳର ନେତୃତ୍ବଙ୍କ ବିରୋଧ‌େ‌ର ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ଦୃଷ୍ଟିଗୋଚର ହୋଇଛି। ସମ୍ପୃକ୍ତ ବ୍ୟକ୍ତି ବିଜେଡିର କୌଣସି ପଦ ପଦବୀରେ ନାହାନ୍ତି। ତାଙ୍କ ମତ ମନ୍ତବ୍ୟକୁ ଦଳର ମତ ସହିତ ଯୋଡ଼ାଯିବ ନାହିଁ ବୋଲି କୁହାଯାଇଛି। ବୁଧବାର ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories