www.samajalive.in
Monday, December 15, 2025
14.1 C
Bhubaneswar

ରାମମନ୍ଦିର ନିର୍ମାଣ ପାଇଁ ପାଣ୍ଠି କେଉଁଠୁ ଆସିଲା,ସରକାର କେତେ ଦାନ ଦେଇଛନ୍ତି

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ସମୟରେ ସାରା ଭାରତବର୍ଷ ରାମଙ୍କ ଭକ୍ତିରେ ମୁଗ୍ଧ ରହିଛି। ଏହାରି ଭିତରେ ରାମମନ୍ଦିରକୁ ପାଣ୍ଠି କେଉଁଠୁ ଆସୁଛି? ସରକାର କେତେ ଟଙ୍କା ଦାନ କରିଛନ୍ତି ସେ ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ବିବୃତ୍ତି ଦେଇଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି କେଉଁଠୁ ଆସିଛି ସ୍ପଷ୍ଟ କରିଛନ୍ତି ଯୋଗୀ ଆଦିତ୍ୟନାଥ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାକ୍ଷାତକାରରେ କହିଛନ୍ତି ଯେ ରାମଜନ୍ମ ଭୂମିରେ ମନ୍ଦିର ନିର୍ମାଣ ପାଇଁ ଅନେକ ବଳିଦାନ ଦେଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର ମାର୍ଗଦର୍ଶନ, ବିଶ୍ୱ ହିନ୍ଦୁ ପରିଷଦର ନେତୃତ୍ୱ ଏବଂ ସମ୍ମାନିତ ସାଧୁମାନଙ୍କ ଆଶୀର୍ବାଦ ରହିଥିଲା। ସେହି ଆନ୍ଦୋଳନ ଯୋଗୁ ରାମ ଜନ୍ମଭୂମିରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ କରାଯାଉଛି। ଏହି ମନ୍ଦିର ନିର୍ମାଣରେ ସରକାର ଗୋଟିଏ ବି ପଇସା ଖର୍ଚ୍ଚ କରିନାହାଁନ୍ତି। କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କେହି ଏହି ଟଙ୍କା ଦେଇନାହାଁନ୍ତି। ମନ୍ଦିର ନିର୍ମାଣରେ ଲାଗିଥିବା ଟଙ୍କା ଦେଶ ତଥା ଦେଶ ବାହାରୁ ରାମ ଭକ୍ତମାନେ ପ୍ରଦାନ କରିଛନ୍ତି।

- Advertisement -

ସରକାର କେଉଁ କାମରେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେ ସମ୍ପର୍କରେ ଯୋଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ‘ରେଳ ଷ୍ଟେସନ କାର୍ଯ୍ୟ, ବିମାନ ବନ୍ଦର ନିର୍ମାଣ, ଗେଷ୍ଟ ହାଉସ୍‍ ନିର୍ମାଣ, କ୍ରୁଜ୍‍ ସେବା, ରାସ୍ତା ପ୍ରଶସ୍ତ, ପାର୍କିଂ ସୁବିଧା ଭଳି କାମରେ ସରକାର ରାମ ମନ୍ଦିର ବାହାରେ ଥିôବା ଭିତ୍ତିଭୂମି ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ସବୁ କାର୍ଯ୍ୟ ସରକାରଙ୍କ ନୀତି ଅନୁଯାୟୀ କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରାମ ମନ୍ଦିର ନିର୍ମାଣ ପାଇଁ ଉଦାର ଭାବରେ ଦାନ କରୁଛନ୍ତି। ମନ୍ଦିରକୁ ମଧ୍ୟ ଅନେକ ଉପହାର ପ୍ରତିଦିନ ଆସୁଛି। ପ୍ରତିଦିନ ଏଠାରେ ୩ରୁ ୪ଲକ୍ଷ ଟଙ୍କା ଦାନ କରାଯାଉଛି। ଯଦି ପୁରା ମାସ କଥା କହିବା ତେବେ ୧.୫ରୁ ୨କୋଟିରେ ଦାନ ପହଞ୍ଚୁଛି। ତଥାପି ଅନଲାଇନ୍‍ ଦାନର କୌଣସି ଗଣନା ଏଯାବତ କରାଯାଇନାହିଁ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories