www.samajalive.in
Monday, December 8, 2025
14.1 C
Bhubaneswar

ଅଶୋକ ଲେଲ୍ୟାଣ୍ଡ ପୂର୍ବାଚଂଳରେ ବ୍ୟବସାୟୀକ ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର,  : ହିନ୍ଦୁଜା ଗ୍ରୁପର ଅଂଶ ତଥା ଦେଶର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ଅଶୋକ ଲେଲ୍ୟାଣ୍ଡର ଓଡ଼ିଶା ତଥା ପୂର୍ବ ଭାରତରେ ଦୃଢ଼ ଉପସ୍ଥିତି ରହିଛି । ଏହି ଅଂଚଳର ସମୃଦ୍ଧ ଅର୍ଥନୈତିକ ଅଭିବୃଦ୍ଧି, ଭିତିଭୂମି ସମ୍ପ୍ରସାରଣ ଏବଂ ବର୍ଦ୍ଧିତ ବାଣିଜ୍ୟିକ ଯାନ ଚାହିଦାକୁ କଂପାନି ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛି । ବଜାର ସ୍ଥିତିକୁ ସୁଦୃଢ଼ କରିବା ଏବଂ ଗ୍ରାହକମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ଲାଗି କଂପାନି ଏହି ପଦକ୍ଷେପ ଗ୍ରହଣ କରିଛି ।
ଓଡ଼ିଶା ବଜାର ବେଶ ଆକର୍ଷଣୀୟ ବ୍ୟବସାୟିକ ସୁଯୋଗ ରହିଛି, ଯେଉଁଥିରେ ବଡ଼ ଗ୍ରାହକ ସଂଖ୍ୟା ଏବଂ ନିବେଶ ପାଇଁ ଅନୁକୂଳ ବାତାବରଣ ପ୍ରଦାନ କରୁଛି । ଏସବୁ କାରଣକୁ ଦୃଷ୍ଟିରେ ରଖି ଅଶୋକ ଲେଲାଣ୍ଡ ଏହାର ଉପସ୍ଥିତି ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।
ଅଶୋକ ଲେଲ୍ୟାଣ୍ଡ ଲିମିଟେଡ୍‌ର ସଭାପତି-ଏମ୍‌ଆଣ୍ଡ୍‌ଏଚସିଭି ଶ୍ରୀ ସଞ୍ଜୀବ କୁମାର କହିଛନ୍ତି ଯେ,“ଓଡ଼ିଶା ଓ ପୂର୍ବ ଭାରତ ଆମ ପାଇଁ ଏକ ପ୍ରମୁଖ ବଜାର । ଆମେ କ୍ରମାଗତ ଭାବେ ଏହି ଅଂଚଳରେ ଥିବା ସୁଯୋଗକୁ ସ୍ୱୀକାର କରୁଛୁ ଏବଂ ଏହାର ଆଗାମୀ ସମ୍ଭାବନାକୁ ନେଇ ଉତ୍ସାହିତ ରହିଛୁ । ସମଗ୍ର ଭାରତର ବିଭିନ୍ନ କ୍ଷେତ୍ରରେ ଆମର ସଫଳତାକୁ ଆମେ ଏହି ଅଂଚଳରେ ପ୍ରୟୋଗ କରିବାକୁ ଚାହୁଁଛୁ । ଗ୍ରାହକ-କୈନ୍ଦ୍ରୀକ ମନୋଭାବ ଏବଂ ଶିଳ୍ପର ଅଗ୍ରଣୀ ମାଲିକାନା ଖର୍ଚ ଉପରେ ଗୁରୁତ୍ୱ ଏକାଧକ କ୍ଷେତ୍ରରେ ଆମକୁ ଅଗ୍ରଣୀ କରିପରିଛି । ରାଜ୍ୟ ମଧ୍ୟରେ ପାରସ୍ପରିକ ଲାଭଦାୟକ ସହଯୋଗିତା ମାଧ୍ୟମରେ ଅସାଧାରଣ ଉତ୍ପାଦ ଏବଂ ସେବା ପ୍ରଦାନ କରିବା ଉପରେ ଆମ ପ୍ରତିବଦ୍ଧତା ଆଧାରିତ । ପୂର୍ବ ଭାରତ ବିଶେଷକରି ଓଡ଼ିଶାରେ ଆମର ଉପସ୍ଥିତି ବଢ଼ାଇବା ପାଇଁ ଆମେ ଉତ୍ସର୍ଗୀକୃତ ରହିଛୁ । ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ଏହି ଅଂଚଳର ପରିବହନ ଏବଂ ଉତମ ଭିତିଭୂମିର ନିର୍ଦ୍ଦିଷ୍ଟ ଚାହିଦା ପୂରଣ କରିବା ପାଇଁ ଅନୁକୂଳ ତଥା ଉନ୍ନତମାନର ଏମ୍‌ଏଚ୍‌ସିଭି ଉତ୍ପାଦ ଏବଂ ସେବା ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।”
ଅଶୋକ ଲେଲ୍ୟାଣ୍ଡ ଉଦ୍ଭାବନ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସମନ୍ୱୟ ପ୍ରତି ନିଜର ପ୍ରତିବଦ୍ଧତାରେ ବେଶ ଦୃଢ ରହିଥିବା ବେଳେ ବାଣିଜ୍ୟିକ ଯାନ ଶିଳ୍ପରେ ନିଜର ନେତୃତ୍ୱ ସ୍ଥିତି ବଜାୟ ରଖିବାକୁ ପ୍ରୟାସ କରୁଛି । ବିଭିନ୍ନ ବିଭାଗରେ ବଜାର ଅଂଶର ଉଲ୍ଲେଖନୀୟ ସମ୍ପ୍ରସାରଣ କମ୍ପାନିର ବୈଷୟିକ ଉତ୍କର୍ଷତାକୁ ସୂଚାଉଛି । ଅଶୋକ ଲେଲ୍ୟାଣ୍ଡ ପ୍ରତିଯୋଗିତାମୂଳକ ଉତ୍ପାଦର ବିକାଶ, ସାଂଗଠନିକ ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତରେ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଦକ୍ଷତାରେ ଉନ୍ନତି ଆଣିବା ଜାରି ରଖିଛି । ଏକ ପ୍ରତିଷ୍ଠିତ ପରମ୍ପରା ଏବଂ ଶୀର୍ଷସ୍ତରୀୟ ବାଣିଜ୍ୟିକ ଯାନ ଉତ୍ପାଦନ ପାଇଁ ପରିଚିତ ଅଶୋକ ଲେଲ୍ୟାଣ୍ଡ ପୂର୍ବାଚଂଳରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ପାଇଁ ରଣନେୀତି ପ୍ରସ୍ତୁତ କରିଛି । ଏହି ପ୍ରଭାବରେ ରାଜ୍ୟର ଅର୍ଥନୈତିକ ବିକାଶରେ ଯୋଗଦାନ କରିବା ଏବଂ ବିଭିନ୍ନ ଶିଳ୍ପର ବିବିଧ ଆବଶ୍ୟକତା ପୂରଣ କରିବା ପାଇଁ ସୁହାଇବା ଭଳି ପରିବହନ ସମାଧାନ ପ୍ରଦାନ କରିବାକୁ କଂପାନି ଚାହୁଛି ।
ଅଶୋକ ଲେଲ୍ୟାଣ୍ଡ ଏହାର ଉପସ୍ଥିତି ବଢ଼ାଉଥିବା ବେଳେ କମ୍ପାନି ପୂର୍ବ ଭାରତରେ ଗ୍ରାହକଙ୍କ ବଢୁଥିବା ଚାହିଦା ପୂରଣ କରିବା ପାଇଁ ଉଲ୍ଳେଖନୀୟ ଉତ୍ପାଦ ଏବଂ ସେବା ପ୍ରଦାନ କରିବାକୁ ଉତ୍ସର୍ଗୀକୃତ ରହିଛି ଯାହା ଦ୍ୱାରା ଏମ୍‌ଏଚ୍‌ସିଭି ବଜାରରେ ଏକ ଅଗ୍ରଣୀ ସଂସ୍ଥା ଭାବେ ଏହାର ସ୍ଥିତି ଆହୂରି ସୁଦଢ଼ ହୋଇପାରିବ ।
ୠକ୍ଟକ୍ସ ଲଙ୍କକ୍ସଗ୍ଧଷରକ୍ସ ସଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ/ଜ୍ଞରୟସବ କ୍ତଙ୍କରକ୍ସସରଗ୍ଦ, ମକ୍ଟଦ୍ଭଗ୍ଧବମଗ୍ଧ:
ଜବହରଗ୍ଦଷ ଗବଦ୍ଭସ, ଐରବୟ – ଗବକ୍ସଳରଗ୍ଧସଦ୍ଭଶ ବଦ୍ଭୟ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧର ଉକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭଗ୍ଦ ଜ୍ଝ ଜବହରଗ୍ଦଷ.ଗବଦ୍ଭସଅବଗ୍ଦଷକ୍ଟଳକ୍ଷରଚ୍ଚକ୍ଷବଦ୍ଭୟ.ମକ୍ଟଜ୍ଞ ଜ୍ଝ ତ୍କ୯୧ ୯୫୦୦୦୨୨୯୨୨
ଜଙ୍କୟକ୍ସବଦ୍ଭସକ୍ଷ ଝରଦ୍ଭଶଙ୍କକ୍ଟ୍ରଗ୍ଧବ ଜ୍ଝ ଇଗ୍ଦଷକ୍ଟଳଖରଚ୍ଚକ୍ଷବଦ୍ଭୟଅବୟଲବମଗ୍ଧକ୍ଟକ୍ସଗ୍ଦକ୍ଟ୍ରକ୍ସ.ମକ୍ଟଜ୍ଞ ଜ୍ଝ ଗକ୍ଟଭସକ୍ଷର: ତ୍କ୯୧ ୭୦୪୫୪୬୪୧୪୨

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories