ଶିଶୁ ଚାଲାଣ ନେଇ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, -ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଗୃହରେ ଶିଶୁ ଚାଲାଣ ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଭାରେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ପୁଲିସ ଏସ୍‌ଆଇ ଜୟଶଙ୍କର, ଶିଶୁ ମଙ୍ଗଳ ସମିତିର ସୁନୀତା ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ମୀନକେତନ ବରିହା, ଆର୍‌ପିଏଫ୍‌ ଥାନା ଅଧିକାରୀ ଏମ୍‌.ଜି.ରତନ, ପାଟଣାଗଡ ଚାଇଲ୍‌ଡ ଲାଇନ୍‌ ଦଳର ରଶ୍ମି ନାୟକ, ଏଡ୍‌ ଏଟ୍‌ ଏକ୍ସନ କାର୍ଯ୍ୟକ୍ରମ ପରିଚାଳକ ସରୋଜ କୁମାର ବାରିକ, ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‌)ର ସିଡିପିଓ ତଥା ନବ ନିର୍ବାଚିତ ସରପଞ୍ଚ ଯୋଗ ଦେଇଥିଲେ । ପିଲାମାନଙ୍କ ସୁରକ୍ଷା, ଶିଶୁ ଚାଲାଣ, ଅନ୍ୟାନ୍ୟ ଶିଶୁ ସମସ୍ୟାକୁ କିଭଳି ରୋକାଯିବ ସେ ସଂପର୍କରେ ଆଲୋଚନା କରିଥିଲେ ।

prayash

ବିଡିଓ ଶ୍ରୀ ରାଉତ ବ୍ଲକରେ ହେଉଥିବା ଶିଶୁ ସମସ୍ୟା ବିଷୟରେ ଚର୍ଚ୍ଚା କରିଥିଲେ । ସରପଞ୍ଚଙ୍କ ସହଭାଗିତାରେ ଗ୍ରାମ୍ୟସ୍ତରରେ ହେଉଥିବା ଶିଶୁ ଚାଲାଣ, ବାଲ୍ୟ ବିବାହ, ଶିଶୁ ଶ୍ରମିକ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ଆଡ୍‌ ଏଟ୍‌ ଏକ୍ସନର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବାରିକ ଦାଦନ ଶ୍ରମିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପଞ୍ଚାୟତସ୍ତରରେ ଶିଶୁ ଅସହାୟତା ଆକଳନ, ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଭବିଷ୍ୟତରେ ଜିଲା ତଥା ବ୍ଲକରେ ଏହି ସମସ୍ୟା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବାରିକ କହିଥିଲେ ।

Comments are closed.