ସାନ୍ତାଳି ପୋଷାକ ପରିଧାନ ପରମ୍ପରା ସୁରକ୍ଷା

ପାଟଣା – ଆଦିବାସୀଙ୍କ ଏକ ପ୍ରମୁଖ ସଂପ୍ରଦାୟ ଭାବେ ସାନ୍ତାଳ ମାନଙ୍କର ପୋଷାକ ପରିଧାନ ପରମ୍ପରା ନିଆରା । ସଂପ୍ରତି ଆଧୁନିକତାର ଚାକ ଚକ୍ୟ ମଧ୍ୟରେ ଏହି ପରମ୍ପରାରୁ ସାନ୍ତାଳ ଯୁବ ପିଢୀ ଦୁରେଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟ, ମହାବିଦ୍ୟାଳୟ କର୍ମକ୍ଷେତ୍ର ବାଦ ଘରୋଇ ଚଳଣୀ ଓ ବନ୍ଧୁଘର ଯିବା ବିବାହ ଆଦିରେ ନିଜସ୍ୱ ସାନ୍ତାଳ ପରମ୍ପରା ର ପୋଷାକ ପରିଧାନ କରି ଜାତିର ସ୍ୱତନ୍ତ୍ରତା ରଖିବାକୁ ମତ ପ୍ରକାଶ ପାଇଛି। ଏନେଇ ସାହାରପଡା ବ୍ଲକ ଅଞ୍ଚଳରେ ଜିଲ୍ଲା ପରିଷଦ ସଦସ୍ୟା ଚମ୍ପାବତୀ ଟୁଡୁ ବୈଠକ ସହ ମିଳିତ ଆଲୋଚନା ଅବ୍ୟାହତ ରଖିଛନ୍ତି।

ଏବେ ଅନେକ ସାନ୍ତାଳ ଯୁବକ ଯୁବତୀ ଆଧୁନିକ ପରିପାଟ ପରିଧାନ କରୁଛନ୍ତି । ମାତ୍ର ପର୍ବ ପର୍ବାଣୀ ଏବଂ ବିବାହ ତଥା ସାନ୍ତାଳମାନଙ୍କର ପାରମ୍ପରିକ ଉତ୍ସବରେ ସେମାନଙ୍କର ସାନ୍ତାଳି ପୋଷାକ ପରିଧାନ ପାଇଁ ଏଥିରେ ମତ ପ୍ରକାଶ ପାଇଛି।

Comments are closed.