ନିର୍ମଳପ୍ରଭା ନାୟକଙ୍କୁ ସାହିତ୍ୟ ଏକାଡେମୀର ସମ୍ବର୍ଦ୍ଧନା

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକା ନିର୍ମଳପ୍ରଭା ନାୟକଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ବର୍ଷ ପାଇଁ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏକାଡେମୀର ସଭାପତି ଡ. ହୃଷୀକେଶ ମଲ୍ଲିକ ଶ୍ରୀମତୀ ନାୟକଙ୍କ ସତ୍ୟନଗରସ୍ଥିତ ବାସଭବନକୁ ଯାଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ଉପଢୌକନ, ମାନପତ୍ର ଏବଂ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ, ପ୍ରଯୋଜନା ଅଧିକାରୀ ରବୀନ୍ଦ୍ର ରାୟ, ଗାନ୍ଧୀବାଦୀ ପ୍ରହଲ୍ଲାଦ ସିହ୍ନା ଏବଂ କବି ନୀଳକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଅସୁସ୍ଥ ଥିବାରୁ ସେ ପୁରସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିଲେ। ସେଥିପାଇଁ ଶୁକ୍ରବାର ତାଙ୍କୁ ତାଙ୍କ ବାସଭବନରେ ପୁରସ୍କାର ପ୍ରଦାନ କରାଯାଇଥିଲା।
Comments are closed.