www.samajalive.in
Sunday, December 7, 2025
13.1 C
Bhubaneswar

ରିଲିଜ ହେଲା ‘ଅଭେଞ୍ଜର-୪’ର ଟ୍ରେଲର

ନୂଆଦିଲ୍ଲୀ : ‘ରୋବର୍ଟ ଡାଉନୀ’ ଅଭିନୀତ ହଲିଉଡର ସୁପରହିରୋ ଚଳଚ୍ଚିତ୍ର ‘ଆଭେଞ୍ଜର-୪’ର ଟ୍ରେଲର ରିଲିଜ ହୋଇଛି। ଆଭେଞ୍ଜରର ପ୍ରତିଭାଗ ଭଳି ଏହି ଭାଗରେ ମଧ୍ୟ କିଛି ନୂଆ ଦେଖିବାକୁ ମିଳିବ ବୋଲି ଦର୍ଶକମାନେ ଆଶା ବ୍ୟକ୍ତ କରିଛନ୍ତି। ରିଲିଜ ହୋଇଥିବା ୨ମିନିଟ ୨୫ସେକେଣ୍ଡର ଏହି ଟ୍ରେଲରରେ ‘ଡାଉନୀ’ ଫିଲ୍ମ ଆରମ୍ଭର ଦୁଇଟି ସିନରେ ନଜର ଆସିଛନ୍ତି। ଆଭେଞ୍ଜରର ପ୍ରତିଭାଗ ଭଳି ‘ମାର୍ବଲ ସିନେମାଟିକ ୟୁନିଭର୍ସ’ ବ୍ୟାନରରେ ନିର୍ମାଣ ହୋଇଛି ଆଭେଞ୍ଜରର ଚତୁର୍ଥ ଭାଗ। ଖବରଅନୁସାରେ ବହୁଦିନ ହେବ ପ୍ରଶଂସକ ମାନେ ଏହାର ଟ୍ରେଲର ଦେଖିବା ପାଇଁ ଉତ୍କଣ୍ଠାର ସହ ଚାହିଁରହିଥିଲେ। ଡିସେମ୍ବର ୦୫ତାରିଖ ବୁଧବାର ରିଲିଜ ହେବାକୁ ଥିବା ଏହାର ଟ୍ରେଲର ୨ଦିନପରେ ୦୭ତାରିଖ ଶୁକ୍ରବାର ମୁକ୍ତିଲାଭ କରିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିଏଚ୍‍ ୱାସିଙ୍ଗଟନଙ୍କ ଅନ୍ତିମ ସଂସ୍କାର ପାଇଁ ଟ୍ରେଲର ରିଲିଜରେ ବିଳମ୍ବ ହୋଇଥିବା ଜଣାପଡିଛି। ନଭେମ୍ବର ୩୦ରେ ଜିଏଚ୍‍ ୱାସିଙ୍ଗଟନଙ୍କ ପରଲୋକ ହୋଇଥିଲା ଏବଂ ଡିସେମ୍ବର ୦୫ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଆନ୍ଥୋନି ରୁଶୋ ଏବଂ ଜୋ ରୁଶୋଙ୍କ ନିର୍ଦେଶନାରେ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ୨୦୧୯ମଇରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories