ନୂଆଦିଲ୍ଲୀ : ଲୋକପ୍ରିୟ ଏବଂ ଆମେରୀକିୟ ଦାମୀ ବାଇକ କମ୍ପାନୀ ହାର୍ଲି ଡାଭିଡସନରେ ଭଲ ଅଫର ରହିଛି। ହାର୍ଲି ଡାଭିନସନର ଷ୍ଟ୍ରିଟ୍ ୭୫୦ ବାଇକରେ କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ରିଆତି ଦେଇଛି। ଭାରତରେ ଏହି ବାଇକର ଖୁବ ଚାହିଦା ରହିଛି। କମ୍ପାନୀ ହାର୍ଲି ଷ୍ଟ୍ରିଟ୍ ୭୫୦ରେ ୮୧ ହଜାର ଟଙ୍କା ଏବଂ ହାର୍ଲି ଷ୍ଟ୍ରିଟ୍ ରୋଡରେ ୧ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିଆତି ରହିଛି।
ସୂଚନାଯୋଗ୍ୟ ଯେ ହାର୍ଲି ଡାଭିଡସନ ଷ୍ଟ୍ରିଟ୍ ୭୫୦ର ବଜାର ମୂଲ୍ୟ ୫.୩୧ ଲକ୍ଷ୍ୟ ଟଙ୍କା ରହିଥିବାବେଳେ ହାର୍ଲି ଡାଭିଡସନ ଷ୍ଟ୍ରିଟ ରୋଡର ମୂଲ୍ୟ ୬.୫୧ ଲକ୍ଷ୍ୟ ଟଙ୍କା ରହିଛି। ନିକଟରେ ହାର୍ଲି ଡାଭିଡସନ ବିଦ୍ୟୁତଚାଳିତ ଯାନରେ ପ୍ରବେଶ କରିଛି। ଏହି ବାଇକରେ ଇକମାର ବ୍ୟବହାର କରାଯାଇଛି। କମ୍ପାନୀର ଏହି ଅଫରକୁ ଗ୍ରାହକ ଭଲଭାବରେ ଗ୍ରହଣ କରିବେ ବୋଲି କମ୍ପାନୀ ଆଶା ରଖିଛି।
ହାର୍ଲି ଡାଭିଡସନର ଆକର୍ଷଣୀୟ ଅଫର
Popular Categories



