ବାପାକୁ ପିଟିପିଟି ହତ୍ୟା

ଆଠଗଡ଼: ବାପାକୁ ପିଟିପିଟି ନୃଶଂସ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଠଗଡ଼ ଥାନା ବେଣ୍ଟପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ନିଶା ଖାଇବା ପାଇଁ ବାପାକୁ ପଇସା ମାଗିଲା ଏବଂ ବାପା ନଦେବାରୁ ରାତିରେ ଫୁଲ ତୋଳୁଥିବା ସମୟରେ ରଡରେ ବାପାକୁ ବାଡ଼େଇ ବାଡ଼େଇ ମାରିଲା ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ। ମୃତକ ଜଣକ ହେଉଛନ୍ତି ବେଣ୍ଟପଦା ଗ୍ରାମର ବାଲୁଙ୍କେଶ୍ୱର ମହାନ୍ତି (୮୦) ବର୍ଷ । ସେ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ।

prayash

ଘଟଣାରୁ ପ୍ରକାଶ ଯେ ଗତକାଲି ବେଣ୍ଟପଦା ଗ୍ରାମରେ ରାମଲୀଳା ଚାଲିଥିଲା । ରାତି ଅଧରେ ପୁଅ ଅପର୍ତ୍ତି ମହାନ୍ତି (୫୦) ନିଶା ଖାଇବା ପାଇଁ ବାପାକୁ ଟଙ୍କା ମାଗିଥିଲା। ବାପା ଟଙ୍କା ନଦେବାରୁ ଆଜି ଭୋର ସମୟରେ ବାପା ଫୁଲ ତୋଳୁଥିବା ସମୟରେ ପୁଅ ଏକ ଲୁହା ରଡରେ ବାପାକୁ ବାଡେଇବାରୁ ଘଟଣା ସ୍ଥଳରେ ବାପାର ପ୍ରାଣବାୟୁ ଉଡି ଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡ଼ାକ୍ତରଖାନାକୁ ପଠାଇଥିବା ବେଳେ ଅଭିଯୁକ୍ତ ପୁଅ ଅପର୍ତ୍ତି ମହାନ୍ତିଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଅପର୍ତ୍ତି ଗତ ୨୦୧୯ ମସିହାରେ ମଧ୍ୟ ଏକ ହତ୍ୟାକାଣ୍ଡରେ ଜଡିତ ଥିଲେ। ସେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତି ବୋଲି ବାଲୁଙ୍କେଶ୍ୱରଙ୍କ ଜ୍ବାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପୁଲିସକୁ କହିଥିବା ଜଣାପଡିଛି।

 

kalyan agarbati

Comments are closed.