www.samajalive.in
Sunday, December 7, 2025
26.1 C
Bhubaneswar

ଗଭୀର କୂଅରେ ପଡି ବୃଦ୍ଧ ମୃତ

ଆଠଗଡ : ଆଠଗଡ ସୀମାବର୍ତ୍ତୀ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦେଓପଡା ଗ୍ରାମରେ ବୁଧବାର ଭୋର ସମୟରେ ଗଭୀର କୂଅରେ ପଡି ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣାପଡିଛି । ଦେଓପଡା ଗ୍ରାମର କିଶୋର ଚନ୍ଦ୍ର ମହାପାତ୍ର(୭୨) ଭୋର ସମୟରେ ଶୌଚ ହେବାକୁ ଯାଇ ନିଜ ଘର ପଛପଟରେ ଥିବା ପ୍ରାୟ ୩୦ ଫୁଟ ଗଭୀର କୂଅରେ ଖସି ପଡିଥିଲେ । ପରିବାର ଲୋକ ଜାଣିବା ପରେ ଖବର ପାଇ ଆଠଗଡ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆଗ୍ନିକ ଅନୁଜ ସେଠୀ କୂଅ ମଧ୍ୟକୁ ରସି ଶିଡି ମାଧ୍ୟମରେ ପଶି ବୃଦ୍ଧଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଠଗଡ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ।

ଏଥିପାଇଁ ମାରି ଦେଲି ; ବାରମ୍ବାର ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଘର ଯାକ ରକ୍ତଛିଟା..

- Advertisement -

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories