www.samajalive.in
Saturday, December 6, 2025
23.1 C
Bhubaneswar

ଏଥିପାଇଁ ମାରି ଦେଲି ; ବାରମ୍ବାର ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଘର ଯାକ ରକ୍ତଛିଟା..

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ନୌରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ହଇଚଇ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ଜଣେ ଆକାଉଣ୍ଟାଣ୍ଟ। ତାଙ୍କ ନାମ ନିତିନ ଓ ମୃତ ମହିଳାଙ୍କ ନାମ ଆୟୁଷୀ ବୋଲି ଜଣାପଡିଛି। ନିତିନ ଏଭଳି ଭାବେ ତାଙ୍କ ପତ୍ନୀଙ୍କ ହତ୍ୟା କରିଛନ୍ତି ଯେ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ୍ ହୋଇପଡିଛି। ଘରର କକ୍ଷରେ ରକ୍ତ ଓ କାନ୍ଥରେ ରକ୍ତଛିଟା ଖାଲି ପଡିଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ହତ୍ୟାକାଣ୍ଡର କାରଣ ନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ। ନିତିନ ମଧ୍ୟ ଆହତ ଥିବାରୁ ପୁଲିସ ଠିକ୍ ଭାବେ ପଚରାଉଚରା କରି ପାରି ନାହିଁ। ସେ କେବଳ ପୁଲିସକୁ କହିଛି, ଝଗଡା ହେଲା ବୋଲି ମାରି ଦେଲି। ମାତ୍ର କେଉଁ କାରଣରୁ ହତ୍ୟା କରିଛି ତାହା କହି ନାହିଁ। ମାତ୍ର ଘଟଣାସ୍ଥଳକୁ ଦେଖିଲେ , ସେ ତା’ର ପତ୍ନୀକୁ ଅତ୍ୟଧିକ ଘୃଣା କରୁଥିଲା ବୋଲି ଅନୁମାନ କରାଯାଉଛି। ତାଙ୍କ ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ୩ଟି ସ୍ଥାନରେ କଳାଜାଇ ଥିଲେ ଖୁବ୍ ମିଳିବ ଧନ, ହେବେ ଭାଗ୍ୟଶାଳୀ..

- Advertisement -

ଏଭଳି ହତ୍ୟାକାଣ୍ଡର କାରଣ ଯୌତୁକ ନା ଅନ୍ୟ କିଛି ତାହା ଘଟଣାର ତଦନ୍ତ ହେବା ପରେ ଜଣାପଡିବ ବୋଲି ପୁଲିସ କହିଛି।
ଆୟୁଷୀଙ୍କର ମାଆ କହିଛନ୍ତି, ସୋମବାର ପ୍ରାୟ ଦିନ ୩ଟା ୩୮ରେ ଝିଅ ସହ ଫୋନରେ କଥା ହୋଇଥିଲି। କଥା ହେବା ସମୟରେ ଫୋନ୍ କଟି ଯାଇଥିଲା। ତା’ରେ ଫୋନ୍ କରିବାରୁ ଝିଅ ଫୋନ୍ ଉଠାଇ ନଥିଲା। ପୁଣି ୩ ଘଣ୍ଟା ପରେ ଫୋନ୍ କରିବାରୁ ପୁଲିସ ଘଟଣା ବିଷୟରେ ଜଣାଇଥିଲା। ସେହି ସମୟରେ ଏହି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।

ଆୟୁଷୀଙ୍କର ଭଉଣୀ କହିଛନ୍ତି, ଆୟୁଷୀ ସୋମବାର ଘରକୁ ଯିବାର ଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ନ ପହଞ୍ଚିବାରୁ ମାଆ ଫୋନ୍ କରିଥିଲେ। ମାତ୍ର ଫୋନ୍ କେହି ଉଠାଇ ନଥିଲେ। ପୁଲିସ ଘଟଣା ବିଷୟରେ ଜଣାଇଥିଲା।

ଏହି ଗ୍ରହଙ୍କ ପାଇଁ ପତି-ପତ୍ନୀଙ୍କ ହୋଇଥାଏ କଳହ; ବାସ୍ ଗୋଟିଏ ଛୋଟ ଉପାୟରେ ଦୂର ହୋଇଯିବ ସମସ୍ୟା..

ପଡୋଶୀ ପୁଲିସକୁ କହିଛନ୍ତି, ନିତିନ ଓ ଆୟୁଷୀଙ୍କର ଅନେକ ସମୟରେ କଳହ ହେଉଥିଲା। ସୋମବାର ମଧ୍ୟ ଝଗଡା ହୋଇଥିଲା। ମାତ୍ର ଏଭଳି ଅଘଟଣ ଘଟିବ ବୋଲି କେହି ଅନୁମାନ କରି ନଥିଲେ। ଏହି ଘଟଣାରେ ବନ୍ଧୁବାନ୍ଧବ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେମାନେ କହିଛନ୍ତି, ମେ’ ୮ରେ ଆୟୁଷୀ ଓ ନିତିନଙ୍କର ବିବାହର ପ୍ରଥମ ବାର୍ଷିକୀ ଥିଲା। ସେମାନଙ୍କୁ ସୁନା ମୁଦି ଦିଆଯାଇଥିଲା। ସୀତାପୁରରେ ଏଥିପାଇଁ ଉତ୍ସବ ଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories