www.samajalive.in
Sunday, December 7, 2025
14.1 C
Bhubaneswar

ଅଧାପନ୍ତରିଆ ହୋଇ ପଡ଼ିଛି ପୋଖରୀ ପୁନରୁଦ୍ଧାର କାମ

ଗୋପାଳପୁର: ବିଭିନ୍ନ ସହରାଞ୍ଚଳରେ ମୁକ୍ତା ଯୋଜନାରେ ପୋଖରୀଗୁଡ଼ିକର ପୁନରୁଦ୍ଧାର କାମ ଆରମ୍ଭ ହୋଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ସମସ୍ତ କାମ ଅଧାପନ୍ତରିଆ ଭାବେ ପଡି ରହିଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଗୋପାଳପୁର ଏନଏସିରେ ପ୍ରାୟ ୩୦ ଲକ୍ଷ ଟଙ୍କା ବିନିଯୋଗରେ ବଡ ବନ୍ଧ ସହ ହରିଜନ ସାହି ପୋଖରୀ ପୁନରୁଦ୍ଧାର କାମ ଦୁଇଟି ମହିଳା ସଂଘକୁ ଦିଆଯାଇଛି। ଇତି ମଧ୍ୟରେ ବର୍ଷା ଆରମ୍ଭ ହୋଇଗଲାଣି। କିନ୍ତୁ କାର୍ଯ୍ୟ ନେଇଥିବା ମହିଳା ସଂଘ ପକ୍ଷରୁ ପୋଖରୀ ପୁନରୁଦ୍ଧାର କାମ ଶେଷ ହୋଇପାରିନାହିଁ। ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପଟେ ପୋଖରୀ ପୁନରୁଦ୍ଧାର ସମୟରେ ପୋଖରୀର କିଛି ଅଞ୍ଚଳର ସୁରକ୍ଷା କାନ୍ଥ ଭାଙ୍ଗି ଯାଇଥିବାବେଳେ ଏହାକୁ ମରାମତି କରାଯାଇନାହିଁ। ପୋଖରୀ ଚାରିକଡେ ସୌନ୍ଦର୍ଯ୍ୟକରଣ ନିମନ୍ତେ କିଛି ଫୁଲ ଚାରା ଲଗା ଯାଇଥିବାବେଳେ ସେଗୁଡିକର ରକ୍ଷଣାବେକ୍ଷଣ ସହ ସୁରକ୍ଷା ପ୍ରଦାନ କରା ଯାଉନଥିବାରୁ ଚାରାଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ସେଥି ମଧ୍ୟରୁ ଯାହା ସବୁ ବଞ୍ଚିଛି ସେଗୁଡ଼ିକୁ ଛେଳି ଖାଉଥିବା ଦେଖିବାକୁ ମିଳିଛି। ପୋଖରୀ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଏନଏସି କନିଷ୍ଠ ଯନ୍ତ୍ରୀ ମଞ୍ଜିତା ରଥଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ଏଣୁ ଲକ୍ଷାଧିକ ଟଙ୍କା ବିନିଯୋଗରେ ପୋଖରୀ ପୁନରୁଦ୍ଧାର ନାମରେ ଟଙ୍କା ହଡ଼ପ କରାଯିବାକୁ ଜିଲା ପ୍ରଶାସନ ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories