www.samajalive.in
Saturday, December 6, 2025
23.1 C
Bhubaneswar

ଗିରଫ ହେଲେ କୁବେର ବିଡିଓ ପ୍ରଦୀପ ସାହୁ

ଭୁବନେଶ୍ୱର : ଗିରଫ ହେଲେ କୁବେର ବିଡିଓ । ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ସହ ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ମିଳିଥିଲା । ୪୫୨ ଗ୍ରାମ୍‌ ସୁନା, ୨ଟି କାର୍‌ ମଧ୍ୟ ପାଇଥିଲା ଭିଜିଲାନ୍ସ ଟିମ୍‌ ।
ସୂଚନା ଯୋଗ୍ୟ, କଟକ ଜିଲା ଆଠଗଡ ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚଢାଉ ବେଳେ ପୁଳା ପୁଳା ସୁନା ସାଙ୍ଗକୁ ହୀରା ହାର ମିଳିଥିଲା। ଏହାସହିତ ନଗଦ ୬ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍‌‌। ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌‌ ଚଢାଉ କରିଥିଲା। ଭୁବନେଶ୍ୱରର ଗୌତମ ନଗର ସ୍ଥିତ ବାସଭବନ, ଆଠଗଡରେ ଥିବା କାର୍ଯ୍ୟାଳୟ ଓ କ୍ୱାଟର, ରାଜସୁନାଖଳାରେ ପୈତୃକ ବାସଭବନରେ ଚଢାଉ ହୋଇଥିଲା। ଚଢାଉରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏବଂ ୧୦ଜଣ ଏଏସଆଇ ସାମିଲ ହୋଇଥିଲେ।

ଥମୁନି ଆଳୁ ନିଆଁ; କିଲୋ ଛୁଇଁଲା ୬୦

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories