ବାଇକ ଯୋଗେ ଅଯୋଧ୍ୟା ଯାତ୍ରା

ଆଠଗଡ: ଆଠଗଡ ସହରର ୩ଜଣ ଯୁବକ ବାଇକ ଯୋଗେ ଅଯୋଧ୍ୟା ଯାତ୍ରା କରିଥିବା ଜଣାପଡିଛି। ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଠଗଡ ସହରର ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର କ୍ରୀଡା ଶିକ୍ଷକ ରଘୁନାଥ ଦାସ, ଅଶୋକ ନଗରର ବ୍ୟବସାୟୀ ସନ୍ତୋଷ କୁମାର ରାଉତ ଓ କନ୍ତୋଲର କାଶିନାଥ ଦାସ ପ୍ରମୁଖ ସହର ମଧ୍ୟସ୍ଥ ଅଟ୍ଟାଳି ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ବାଉତୀ ମନ୍ଦିର ଓ ଉତ୍ତରାଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ ସାରି ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କର ଏହି ଯାତ୍ରାର ସଫଳତା କାମନା କରି ଅନେକ ଲୋକ ସେମାନଙ୍କୁ ଉତ୍ସାହିତ କରିବାକୁ ଉପସ୍ଥିତ ଥିଲେ।

Comments are closed.