ବିଶ୍ୱନାଥ ବିଦ୍ୟାପୀଠ ଜମି ଜବରଦଖଲ ସଂପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ

ଆଠଗଡ: ଆଠଗଡ ଅଞ୍ଚଳର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର ନୂଆ ହଷ୍ଟେଲ ସଂଲଗ୍ନ ମିନି ଷ୍ଟାଡିୟମ ଜମି ଜବରଦଖଲ ସଂପର୍କରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେଠାରେ ବିଶ୍ୱନାଥ ବିଦ୍ୟାପୀଠର ଥିବା ୮.୧୨ଏକର ଜମିରୁ ପ୍ରାୟ ୩ଏକର ଜମି ଜବରଦଖଲ ହୋଇଥିବା ଏବଂ ଖେଳପଡିଆ ଜମିରୁ ୨୦ଫୁଟ ଓସାରର ରାସ୍ତା ପାଇଁ ଜାଗା ଛଡାଯିବା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାଦ୍ୱାରା ଖେଳପଡିଆ ସଂକୁଚିତ ହୋଇ କ୍ରୀଡା ଆୟୋଜନରେ ସମସ୍ୟା ସୃଷ୍ଟି ହେବ ବୋଲି ପୁରାତନ ଛାତ୍ରସଂସଦ ସଂପାଦକ ରାମନାରାୟଣ ମହାନ୍ତି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲାପାଳ ଡ ଚୟନୀ ଏ ବିଷୟରେ ଶୁଣିବା ପରେ ଉକ୍ତ ଜମିର ମାପଚୁପ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୁରାତନ ଛାତ୍ରସଂସଦର ସଂପାଦକ ଶ୍ରୀ ମହାନ୍ତିଙ୍କ ସହିତ ସଭ୍ୟ ପ୍ରମୋଦ କୁମାର ଜେନା, ଜ୍ଞାନରଞ୍ଜନ ମହାପାତ୍ର, ଅରୁଣ କୁମାର ମହାନ୍ତି ଓ ନୀଳକଣ୍ଠ ଦୋରା ପ୍ରମୁଖ ଜିଲାପାଳଙ୍କୁ ବିଶ୍ୱନାଥ ବିଦ୍ୟାପୀଠରେ ସାକ୍ଷାତ କରିଥିଲେ।

kalyan agarbati

Comments are closed.