ଆଠଗଡ ନିର୍ବାଚନ: ୬୯୮ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୧୩୩୭୭ଭୋଟର

ଆଠଗଡ: ତ୍ରିସ୍ତରୀୟ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମଙ୍ଗଳବାର ଆଠଗଡ ବ୍ଲକର ୩୪ଟି ପଞ୍ଚାୟତରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ନିର୍ବାଚନରେ ନିୟୋଜିତ କର୍ମଚାରୀ ଓ ପୁଲିସ କର୍ମଚାରୀ ୪୮୬ଟି ବୁଥରେ ପହଞ୍ଚି ସାରିଛନ୍ତି। ଏଠାରେ ୧୧୩୩୭୭ଜଣ ମତଦାତା  ରହିଛନ୍ତି। ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରେ ନିର୍ବାଚନରେ ନିୟୋଜିତ ପ୍ରିଜାଇଡିଂ ଅଫିସର, ପ୍ରଥମ ଓ ଦ୍ୱିତୀୟ ପୋଲିଂ ଅଫିସର ସକାଳେ କାର୍ଯ୍ୟରେ ଯୋଗଦେଇଥିଲେ। ଏହାପରେ ସେମାନଙ୍କୁ ଭୋଟ ବାକ୍ସ ଓ ଅନ୍ୟାନ୍ୟ ସରଞ୍ଚାମ ସହିତ ବିଭିନ୍ନ ବୁଥକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ମଙ୍ଗଳବାର ଆଠଗଡ ବ୍ଲକର ୩୪ଟି ପଞ୍ଚାୟତରେ ନିର୍ବାଚନ ମଇଦାନରେ ରହିଥିବା ୬୯୮ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧରଣ କରିବେ। ଏହି ନିର୍ବାଚନ ମଣ୍ଡଳୀର ୩ଟି ଜିଲାପରିଷଦ ଜୋନରେ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ଆଠଗଡ ଏସଡିପିଓ ବିଜୟ କୁମାର ବିସି ଓ ଟାଙ୍ଗୀଚୌଦ୍ୱାର ଏସଡିପିଓଙ୍କ ସମେତ ଆଠଗଡ, ଖୁଣ୍ଟୁଣୀ, ଗୁରୁଡିଝାଟିଆ, ତିଗିରିଆ, ବଡମ୍ବା ଓ କାନପୁର ଥାନା ଆଇଆଇସିଙ୍କ ସମେତ ବହୁ ପୁଲିସ ଅଧିକାରୀ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲାଗି ପୁଲିସ ବ୍ୟବସ୍ଥାର ପରିଚାଳନା କରିବେ।

 

prayash

ସୋମବାର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦେବରାଜ ମଣ୍ଡଳ ଆଠଗଡ ବ୍ଲକ ନିର୍ବାଚନ ପରିଚାଳନା ସଂପର୍କରେ ଅନୁଧ୍ୟାନ କରି ଫେରିଛନ୍ତି। ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ନିର୍ବାଚନ ଅଧିକାରୀ ତଥା ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ଓ ତହସିଲଦାର ପ୍ରିୟବ୍ରତ ଦାସ ପ୍ରମୁଖ ନିର୍ବାଚନ ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ବୁଥକୁ ପଠାଇବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବ୍ଲକର ଭାରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀଙ୍କ ସମେତ ବ୍ଲକ, ଉପଜିଲାପାଳ ଓ ତହସିଲ କାର୍ଯ୍ୟାଳୟର ବହୁ କର୍ମଚାରୀ ସହଯୋଗ କରିଥିଲେ।

kalyan agarbati

Comments are closed.