www.samajalive.in
Monday, December 15, 2025
14.1 C
Bhubaneswar

ବିଜୁ ଛାତ୍ର ଜନତା ଦଳର ନିର୍ବାଚନୀ ପ୍ରଚାର

ଆଠଗଡ଼: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପଞ୍ଚାୟତରେ ପଥପ୍ରାନ୍ତ ସଭା, ଶୋଭାଯାତ୍ରା ଓ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରାଯାଇଛି। ଏହି କ୍ରମରେ ବୁଧବାର ଓ ଗୁରୁବାର ୩ ନଂ ଜୋନରେ ଜିଲ୍ଲାପରିଷଦ ଦଳୀୟ ପ୍ରାର୍ଥୀ ବଳଭଦ୍ର ବାଘଙ୍କ ପାଇଁ ବେଣ୍ଟପଦା, ରାଜନଗର, କନ୍ଦରପୁର, ମେଘା, କଟକିଆସାହି, ରାଧାଗୋବିନ୍ଦପୁର, ଧାଇପୁର ଆଦି ପଞ୍ଚାୟତରେ ମାରାଥନ ପ୍ରଚାର କରାଯାଇଛି। ବିଭିନ୍ନ ସ୍ଥାନରେ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ଓ ପଥପ୍ରାନ୍ତ ସଭାରେ ଦଳୀୟ ପ୍ରାର୍ଥୀ ବଳଭଦ୍ର ବାଘ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ। ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କର ଉପଲବ୍ଧି ଏବଂ ଆଠଗଡ଼ର ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବ୍ୟାପକ ଉନ୍ନୟନ କାର୍ଯ୍ୟ ସଂପର୍କରେ ପ୍ରାର୍ଥୀ ଶ୍ରୀ ବାଘଙ୍କ ସମେତ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଆଲୋକପାତ କରି ଶ୍ରୀ ବାଘଙ୍କୁ ବିପୁଳ ସମର୍ଥନରେ ଜିତାଇବା ପାଇଁ ଅନୁରୋଧ କରିଥିଲେ।

ଛାତ୍ର ବିଜେଡି ସଭାପତି ଶ୍ରୀ ମହାନ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହେଉଥିବା ଅପପ୍ରଚାରକୁ ଖଣ୍ଡନ କରିବା ସହ ଏଥି ପ୍ରତି ଧ୍ୟାନ ନଦେବା ଓ ସଜାଗ ରହିବା ପାଇଁ ଦଳୀୟ କର୍ମୀ, ସମର୍ଥକ ମାନଙ୍କୁ ନିବେଦନ କରିଥିଲେ। ଏଥିରେ ଛାତ୍ରନେତା ଶୁଭେନ୍ଦୁ ବେଉରା, ଦିନେଶ ପ୍ରଧାନ, ପ୍ରଭଞ୍ଜନ ସେଠୀ, ଜ୍ୟୋତିରଞ୍ଜନ ଦାସ ଏବଂ ଶ୍ରମିକ ନେତା ତଥା କଟକ ଜିଲ୍ଲା ବିଜେଡି ସଂପାଦକ ଅଶୋକ କୁମାର ରାଉତ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories