କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମସରପୁରରେ ପ୍ରଚାର

ଆଠଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ରାଜ୍ୟ ନିର୍ବାଚନ କମିଶନ କରୋନା କଟକଣା କିଛିଟା କୋହଳ କରିବା ପରେ ଏବେ ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କୁ ସାଥୀରେ ନେଇ ପ୍ରାର୍ଥୀମାନେ ପ୍ରଚାର କରୁଥିବା ବେଳେ ଗ୍ରାମାଞ୍ଚଳରେ ଏବେ ପ୍ରଚାର ଜମିବାରେ ଲାଗିଛି। ଗୁରୁବାର ଆଠଗଡ଼ ବ୍ଲକର ୧ନଂ ଜୋନରେ କଂଗ୍ରେସ ପ୍ରାର୍ଥୀନୀ ମନମୋହିନୀ ଧଳ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ସମସରପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୋଭାଯାତ୍ରା ସହିତ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ସମସରପୁର ପଞ୍ଚାୟତର ରାଧାପତିପୁର, ଆଙ୍କୁଲା, ଗୋଡିସାହି, ନଡୁଆପଡ଼ା, ବୁଦ୍ଧିଆପାଟଣା, ରଘୁନାଥପୁର ଓ ସମସରପୁର ଆଦି ଗ୍ରାମରେ ଶ୍ରୀମତୀ ଧଳ ପ୍ରଚାର କରି ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ।

ଦେଶ ତଥା ରାଜ୍ୟର ବିକାଶ କ୍ଷେତ୍ରରେ କଂଗ୍ରେସର ଅବଦାନ ଅନସ୍ୱୀକାର୍ଯ୍ୟ ଏବଂ କଂଗ୍ରେସ ହିିଁ ଦେଶରେ ବିକାଶର ନୂଆ ଦିଗନ୍ତ ସୃଷ୍ଟି କରିଛି। କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଲୋକମାନଙ୍କ ମୌଳିକ ସମସ୍ୟା ଦୂର କରିବାରେ ଏବଂ ଅହେତୁକ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀମତୀ ଧଳ ଓ କଂଗ୍ରେସର ଅନ୍ୟ ନେତାମାନେ ଲୋକମାନଙ୍କୁ ବୁଝାଇ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ।

Comments are closed.