www.samajalive.in
Sunday, November 16, 2025
15.1 C
Bhubaneswar

ଗଣେଶ ଚତୁର୍ଥୀରେ ଅଦ୍ଭୁତ ସଂଯୋଗ; ଜାଣନ୍ତୁ କେଉଁ ସମୟରେ କରିବେ ଗଜାନନଙ୍କ ଆରାଧନା

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଭଗବାନ ଗଶେଶ ହେଲେ ପ୍ରଥମ ଆରାଧ୍ୟ। କୌଣସି ଶୁଭ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମ ପୂଜ୍ୟ ଭାବେ ପୂଜା କରାଯାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ ଏହି ତିଥିରେ ଗଣେଶଙ୍କ ଜନ୍ମ ହୋଇଥିବାରୁ ଗଣେଶ ଚତୁର୍ଥୀ ଭାବେ ସବୁଠି ପାଳନ କରାଯାଏ। ଚଳିତ ବର୍ଷ ଗଣେଶ ପୂଜାରେ ଅଦ୍ଭୁତ ସଂଯୋଗ ଘଟିଛି। ଆଜିର ଦିନରେ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥକୁ ବେଶ ଧୁମଧାମରେ ପାଳନ କରାଯାଏ। ଗଣେଶ ଚତୁର୍ଥୀ ଦିନଠାରୁ ୧୦ଦିନ ପର୍ଯ୍ୟନ୍ତ ଲୋକମାନେ ନିଜ ଘରେ ଗଜାନନଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନ ରବି ଯୋଗ, ବ୍ରହ୍ମଯୋଗ ଓ ସର୍ବସ୍ଥ ସିଦ୍ଧି ଯୋଗ ପଡ଼ିଛି। ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଜାନନଙ୍କ ପୂଜାର ସଠିକ୍‌‌ ସମୟ ରହିଛି। ଏହି ସମୟରେ ଆପଣ ଗଣେଶଙ୍କ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହେବ। ଏହା ବ୍ୟତୀତ ୧୨ଟା ୩୪ମିନିଟରୁ ପରଦିନ ସକାଳ ୬ଟା ୩ମିନିଟ ପର୍ଯ୍ୟନ୍ତ ସର୍ବର୍ଥ ସିଦ୍ଧି ଯୋଗ ରହିଛି। ତେଣୁ ସେପ୍ଟେମ୍ବର ୬ତାରିଖ ସକାଳ ୯ଟା ୨୫ରୁ ୭ତାରିଖ ମଧ୍ୟାହ୍ନ ୧୨ଟା ୩୪ମିନିଟ ପର୍ଯ୍ୟନ୍ତ ରବି ଯୋଗ ଗଠିତ ହେଉଛି। ଏହାସହିତ ୭ତାରିଖ ଦିନ ୧୧ଟା ୧୫ରେ ବ୍ରହ୍ମଯୋଗ ରହିଥିବାରୁ ଏହି ଯୋଗରେ ଗଣେଶଙ୍କୁ ପୂଜା କଲେ ଅନେକ ଶୁଭଫଳ ପ୍ରାପ୍ତି ହେବ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories