www.samajalive.in
Monday, December 8, 2025
27.1 C
Bhubaneswar

ତ୍ରୁଟି ଥିବା ଦର୍ଶାଇ ଅପରାଜିତା ମହିଳା ଓ ଶିଶୁ ବିଲ୍ ୨୦୨୪କୁ ରାଷ୍ଟ୍ରପତିଙ୍କୁ ପଠାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ଡେସ୍କ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ‘ଅପରାଜିତା ମହିଳା ଓ ଶିଶୁ (ପଶ୍ଚିମବଙ୍ଗ ଅପରାଧ ଆଇନ ସଂଶୋଧନ) ବିଲ୍ ୨୦୨୪’ରେ ଅନେକ ତ୍ରୁଟି ଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି। ଗତ ମାସ ୯ ତାରିଖରେ କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲରେ ଦୁଷ୍କର୍ମ ଯୋଗୁ ଯଦି ପିଡୀତଙ୍କ ମୃତ୍ୟୁ ହୁଏ କିମ୍ବା ତାଙ୍କୁ ଅସହାୟ ଅବସ୍ଥାରେ ଛାଡି ଦିଆଯାଏ, ସେ କ୍ଷେତ୍ରରେ ଦୁଷ୍କର୍ମ ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବା ବ୍ୟବସ୍ଥା ରହିଛି।

ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ କହିଛନ୍ତି ଯେ ତରବରିଆ ଭାବେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ବିଲ୍ ସହିତ ବୈଷୟିକ ରିପୋର୍ଟ ନ ପଠାଇବା ପାଇଁ ସେ ରାଜ୍ୟ ସଚିବାଳୟକୁ ଦାୟୀ କରିବା ସହ ଏହା ସେମାନଙ୍କର ବିଫଳତା ବୋଲି କହିଛନ୍ତି। ଆର୍ ଜି କର ପ୍ରସଙ୍ଗରେ ରାଜ୍ୟପାଳ କହିଛନ୍ତି ଯେ ବିଲକୁ ଅପେକ୍ଷା ନକରି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories