www.samajalive.in
Saturday, December 6, 2025
17.1 C
Bhubaneswar

ବିଘ୍ନହର୍ତ୍ତା : ବକ୍ରତୁଣ୍ଡଂ ମହାକାୟ..

ବକ୍ରତୁଣ୍ଡଂ ମହାକାୟ
ସୂର୍ୟ୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ୟ୍ୟେଷୁ ସର୍ବଦା
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଶେଣଙ୍କର ପୂଜା କରାଯାଇଥାଏ। ଘରେ ଏବଂ ବ୍ୟବସାୟ ସ୍ଥଳରେ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା କୁହାଯାଇଥାଏ।। ଶାସ୍ତ୍ରରେ ବର୍ଣ୍ଣିତ ଥିବା ପ୍ରଭୁ ଗଣେଶଙ୍କର ୩୨ଟି ମଙ୍ଗଳକାରୀ ସ୍ୱରୂପ ରହିଛି। ଯାହାର ବହୁ ମହିମା ରହିଛି। ଜାଣନ୍ତୁ..
ଶ୍ରୀବାଲ୍‍ ଗଣପତି – ୬ ଭୁଜ ବିଶିଷ୍ଟ ଲାଲ ରଙ୍ଗର ଶରୀର
ଶ୍ରୀତରୁଣ ଗଣପତି – ୮ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଭକ୍ତ ଗଣପତି – ୪ ଭୁଜ ବିଶିଷ୍ଟ ଧଳା ବର୍ଣ୍ଣର ଶରୀର
ଶ୍ରୀବୀର ଗଣପତି – ୧୦ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଶକ୍ତି ଗଣପତି – ୪ ଭୁଜ ବିଶିଷ୍ଟ ସିନ୍ଦୂର ରଙ୍ଗର ଶରୀର
ଶ୍ରୀଦୈବିଜ ଗଣପତି – ୪ ଭୁଜ ବିଶିଷ୍ଟ ଧଳା ରଙ୍ଗର ଶରୀର
ଶ୍ରୀସିଦ୍ଧି ଗଣପତି – ୬ ଭୁଜ ବିଶିଷ୍ଟ ତମ୍ବା ରଙ୍ଗ ବିଶିଷ୍ଟ ଶରୀର
ଶ୍ରୀବିଧନ ଗଣପତି – ୧୦ ଭୁଜ ବିଶିଷ୍ଟ ସୁନା ରଙ୍ଗ ବିଶିଷ୍ଟ ଶରୀର
ଶ୍ରୀଉଚ୍ଚିଷ୍ଠ ଗଣପତି – ୪ ଭୁଜ ବିଶିଷ୍ଟ ନୀଳ ରଙ୍ଗ ବିଶିଷ୍ଟ ଶରୀର
ଶ୍ରୀହେରଙ୍ଗ ଗଣପତି – ୮ ଭୁଜ ବିଶିଷ୍ଟ ଗୌର ବର୍ଣ୍ଣର ଶରୀର
ଶ୍ରୀଉଦ୍ର ଗଣପତି – ୬ ଭୁଜ ବିଶିଷ୍ଟ ସୁନା ବର୍ଣ୍ଣର ଶରୀର
ଶ୍ରୀକ୍ଷିପ୍ର ଗଣପତି – ୬ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଲକ୍ଷ୍ମୀ ଗଣପତି – ୮ ଭୁଜ ବିଶିଷ୍ଟ ଗୌର ବର୍ଣ୍ଣର ଶରୀର
ଶ୍ରୀବିଜୟ ଗଣପତି – ୪ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀମହା ଗଣପତି – ୮ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀନୃତ୍ୟ ଗଣପତି – ୬ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଏକାକ୍ଷର ଗଣପତି – ୪ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀହରିଦ୍ରା ଗଣପତି – ୬ ଭୁଜ ବିଶିଷ୍ଟ ହଳଦିଆ ବର୍ଣ୍ଣର ଶରୀର
ଶ୍ରୀତ୍ରେକ୍ଷ ଗଣପତି – ୪ ଭୁଜ ସୁନା ରଙ୍ଗ ବିଶିଷ୍ଟ ତ୍ରିନେତ୍ର ଧାରୀ
ଶ୍ରୀବର ଗଣପତି – ୬ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଦୁଣ୍ଡି ଗଣପତି – ୪ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର
ଶ୍ରୀକ୍ଷିପ୍ର ପ୍ରସାଦ ଗଣପତି – ୬ ଭୁଜ ବିଶିଷ୍ଟ ତ୍ରିନେତ୍ର ଧାରୀ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଋଣ ମୋଚନ ଗଣପତି – ୪ ଭୁଜ ବିଶିଷ୍ଟ ଲାଲ ରଙ୍ଗର ବସ୍ତ୍ର ଧାରୀ
ଶ୍ରୀଏକଦନ୍ତ ଗଣପତି – ୬ ଭୁଜ ବିଶିଷ୍ଟ ଶ୍ୟାମଳ ବର୍ଣ୍ଣର ଶରୀର
ଶ୍ରୀସୃଷ୍ଟି ଗଣପତି – ୪ ଭୁଜ ବିଶିଷ୍ଟ ମୂଷକରେ ବିରାଜିତ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଦୈବିମୁଖ ଗଣପତି – ୨ ମୁଖ ବିଶିଷ୍ଟ ୪ ଭୁଜ ହଳଦିଆ ରଙ୍ଗର ଶରୀର
ଶ୍ରୀଉଦ୍ୟଣ୍ଡ ଗଣପତି – ୧୨ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର ହାତରେ କମଣ୍ଡଳୁ ଓ ଅମୃତର ପାତ୍ର
ଶ୍ରୀଦୁର୍ଗେ ଗଣପତି – ୮ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି
ଶ୍ରୀତ୍ରିମୁଖ ଗଣପତି – ୩ ମୁଖ ବିଶିଷ୍ଟ ୬ ଭୁଜ ରକ୍ତ ବର୍ଣ୍ଣର ଶରୀର
ଶ୍ରୀଯୋଗ ଗଣପତି – ୪ ଭୁଜ ବିଶିଷ୍ଟ ଯୋଗ ମୁଦ୍ରାରେ ବିରାଜିତ , ନୀଳ ରଙ୍ଗର ବସ୍ତ୍ର
ଶ୍ରୀସିଂହ ଗଣପତି – ୮ ଭୁଜ , ସିଂହ ମୁଖ ହାତୀ ଶୁଣ୍ଢ ବିଶିଷ୍ଟ , ଶ୍ୱେତ ବର୍ଣ୍ଣ
ଶ୍ରୀସଙ୍କଷ୍ଟ ହରଣ ଗଣପତି – ୪ ଭୁଜ ବିଶିଷ୍ଟ ରକ୍ତ ବର୍ଣ୍ଣର ଶରୀର, ହୀରାର ମୁକୁଟ ବିରାଜିତ

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories