www.samajalive.in
Sunday, December 14, 2025
26.1 C
Bhubaneswar

୩ନଂ ଜୋନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ବାଘଙ୍କ ପ୍ରଚାର

ଆଠଗଡ଼: ଆଠଗଡ଼ ବ୍ଲକର ୩ନଂ ଜୋନଟି ଅଣସଂରକ୍ଷିତ ରହିଥିବା ବେଳେ ଏଥିରେ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ବ୍ୟତୀତ ଆଉ ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୫ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଚାର କ୍ଷେତ୍ରରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ବଳଭଦ୍ର ବାଘ ବେଶ ଆଗୁଆ ଥିବାବେଳେ ଏହି ଜୋନ ଅନ୍ତର୍ଗତ ୧୨ଟି ପଞ୍ଚାୟତରୁ ୧୧ଟିରେ ସିଏ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ଶେଷ କରିଛନ୍ତି। ଗତ ୨ଦିନ ମଧ୍ୟରେ ଶ୍ରୀ ବାଘ ବେଣ୍ଟପଦା, ଅନନ୍ତପୁର, ରାଜନଗର, ଧାଇପୁର, ରାଧାଗୋବିନ୍ଦପୁର ଆଦି ପଞ୍ଚାୟତରେ ଘରକୁ ଘର ବୁଲିବା ସହିତ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ସଭା ମାଧ୍ୟମରେ ରାଜ୍ୟସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ କହିବା ସହ ଆଠଗଡ଼ ଅଞ୍ଚଳର ସର୍ବାଙ୍ଗିନ ବିକାଶ ପାଇଁ ତାଙ୍କୁ ବିପୁଳ ସମର୍ଥନ ଦେଇ ଜିତାଇବାକୁ ଅନୁରୋଧ କରୁଥିବା ଦେଖାଯାଇଥିଲା।

ଶ୍ରୀ ବାଘଙ୍କ ସହିତ ଦଳର ବହୁ ତୁଙ୍ଗ ନେତା ଓ ଆଗଧାଡିର କର୍ମୀ ପ୍ରଚାର କରୁଥିବା ଦେଖାଯାଇଛି। ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆନୁଷ୍ଠାନିକ ଭାବେ ପ୍ରଚାର କରିନଥିବାବେଳେ ଦଳୀୟ କାର୍ଯ୍ୟାଳୟରେ କର୍ମୀ ଓ ପଞ୍ଚାୟତସ୍ତରୀୟ ନେତାଙ୍କ ସହ ରଣନୀତି ପ୍ରସ୍ତୁତ କରି ପ୍ରଚାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଦିଗଦର୍ଶନ ଦେଉଛନ୍ତି। ଖୁବ୍‍ଶୀଘ୍ର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଠଗଡ଼ ଓ ତିଗିରିଆ ବ୍ଲକର ୫ଟି ଯାକ ଜିଲ୍ଲାପରିଷଦ ଜୋନର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଦଳୀୟ ସୁତ୍ରରୁ ପ୍ରକାଶ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories