www.samajalive.in
Sunday, December 14, 2025
23.1 C
Bhubaneswar

୧ନଂ ଜୋନରେ ବିଜେପିର ଜୋରଦାର ପ୍ରଚାର

ଆଠଗଡ଼: ଆଠଗଡ଼ ବ୍ଲକର ୧ନଂ ଜୋନରେ ବିଜେପି ପ୍ରାର୍ଥୀନୀ ସନ୍ତୋଷିନୀ ଜେନାଙ୍କ ପାଇଁ ଦଳ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ପ୍ରଚାର ଜୋରଦାର କରାଯାଇଛି। ଶ୍ରୀମତୀ ଜେନାଙ୍କ ସାଥୀରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଓ ଅନ୍ୟ ଦଳୀୟ ନେତାମାନେ ବୁଧବାର ତରଡିଙ୍ଗ ପଞ୍ଚାୟତର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ପ୍ରଚାର କରିଥିଲେ। ଏଥିସହିତ ପଥପ୍ରାନ୍ତ ସଭାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଭାରତୀୟ ଜନତା ପାର୍ଟି ସରକାର ଗତ ୭ବର୍ଷ ମଧ୍ୟରେ ଦେଶରେ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବରିଷ୍ଠ ନେତା ଶ୍ରୀ ରାୟ ଓ ଅନ୍ୟ ନେତାମାନେ ଲୋକଙ୍କୁ ଅବଗତ କରାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଭିକ୍ଷା କରିଥିଲେ। ସେହିପରି ଗୁରୁବାର ଇଚ୍ଛାପୁର ପଞ୍ଚାୟତର ପ୍ରତିଗ୍ରାମରେ ପ୍ରାର୍ଥୀନୀ ଶ୍ରୀମତୀ ଜେନା ଘରକୁ ଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭିନ୍ନ ପଞ୍ଚାୟତ ବୁଲିବା ସମୟରେ ଲୋକଙ୍କର ଶାସକ ଦଳ ପ୍ରତି ଅସନ୍ତୋଷ ପରିପ୍ରକାଶ ହେଉଥିବା ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ସମର୍ଥନ ବୃଦ୍ଧି ପାଉଥିବାରୁ ଚଳିତ ନିର୍ବାଚନରେ ୧ନଂ ଜୋନ୍‍ରେ ବିଜେପି ବିଜୟୀ ହେବ ବୋଲି ଦଳୀୟ ନେତା ଆଶାବ୍ୟକ୍ତ କରିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories