www.samajalive.in
Monday, December 15, 2025
27.1 C
Bhubaneswar

ଫ୍ରେଣ୍ଡସ୍‍ କ୍ଲବର ସାମାଜିକ ସେବା କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍‍କ୍ଲବ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଦିବସ ଠାରୁ ସପ୍ତାହ ବ୍ୟାପୀ ସମାଜସେବା ଦିବସ ପାଳନ କରାଯାଉଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟର ନେହେରୁ ଯୁବକେନ୍ଦ୍ର ସଂଗଠନ ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟଙ୍କ ସହିତ ସ୍ଥାନୀୟ ଯୁବକମାନେ ଭାଗନେଇ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିଥିଲେ। ଜାନୁଆରୀ ୧୨ ରୁ ୧୯ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଅବସରରେ ୧୫ତାରିଖରେ ସାମାଜିକ ସେବା ଦିବସ ଭାବେ ସାରା ଭାରତବର୍ଷରେ ପାଳନ ହେଉଥିବାରୁ ଫ୍ରେଣ୍ଡସ୍‍ କ୍ଲବ ପକ୍ଷରୁ କରୋନା କଟକଣା ଅନୁପାଳନ ପୂର୍ବକ ଗ୍ରାମ୍ୟରାସ୍ତା, ମନ୍ଦିର ପରିସର ଓ ସ୍କୁଲ ପରିସରକୁ ସଫେଇ କରାଯାଇଥିଲା। ଏଥିସହିତ ଏକ ସଚେତନତା ସଭା କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା।

କ୍ଲବର ସଭାପତି ଓ ଅନ୍ୟମାନେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଯୋଗାଭ୍ୟାସରେ ସୂର୍ଯ୍ୟନମସ୍କାର କରିଥିଲେ। ବିଶ୍ୱରେ ବସୁଧୈବ କୁଟୁମ୍ବକମ୍‍ର ବାର୍ତ୍ତା ଦେଇ ଭାରତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ୱାମୀ ବିବେକାନନ୍ଦଙ୍କର ଜୀବନୀ, ଆଦର୍ଶ ଓ ବାଣୀକୁ ପାଥେୟ କରି ସମାଜସେବାରେ ଉତ୍ସର୍ଗୀକୃତ ହେବା ପାଇଁ ସଭାପତି ଶ୍ରୀ ଦାସଙ୍କ ସମେତ କ୍ଲବର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ସଂକଳ୍ପ କରିଥିଲେ। ସଂପାଦକ ଭାଷ୍କର ଚନ୍ଦ୍ର ବେହେରା, ସଭ୍ୟ ସୂର୍ଯ୍ୟକାନ୍ତ ସେଠୀ, ସଂଜୀତ ବାରିକ, ପ୍ରଦୀପ ସାହୁ, ମଧୁସାହୁ, ତପନ କୁମାର ସାହୁ, ପ୍ରଦୀପ କୁମାର ସାହୁ, ପ୍ରକାଶ ଦଳାଇ, ଚନ୍ଦନ ନାୟକ, ଚିନ୍ମୟ ସାହୁ ଓ ଗିରିଧାରୀ ବାରିକ ପ୍ରମୁଖ କ୍ଲବ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories