www.samajalive.in
Monday, December 15, 2025
24.1 C
Bhubaneswar

ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ଆଇନଜୀବୀ

ଆଠଗଡ: ଆଠଗଡର ଜଣେ ଆଇନଜୀବୀ ଶ୍ରୀନିବାସ ଦାସ ରାସ୍ତାରେ ପଡିଥିବା ଏକ ଟଙ୍କାଭର୍ତ୍ତି ପର୍ସ ପାଇ ହଜାଇଥିବା ଲୋକକୁ ଫେରାଇ ମଣିଷପଣିଆର ଉଦାହରଣ ସୃଷ୍ଟି କରିଛନ୍ତି। ଶନିବାର ସକାଳେ ଏକ ଜରୁରୀ କାମରେ ବୀରକିଶୋରପୁର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ଯାଉଥିବାବେଳେ ଆଇନଜୀବୀ ଶ୍ରୀ ଦାସ ପୁରୁଣା ଟେଲିଫୋନ ଏକ୍ସଚେଞ୍ଜ ସମ୍ମୁଖରେ ରାସ୍ତା ଉପରେ ଏକ ପର୍ସ ପଡିଥିବା ଦେଖିଥିଲେ। ପର୍ସ ମଧ୍ୟରେ ୨୦ହଜାର ଟଙ୍କା, ଏଟିଏମ ଓ ଆଧାରକାର୍ଡ ସମେତ କେତେକ ଜରୁରୀ କାଗଜ ଥିବା ଦେଖିଥିଲେ। ସେହି କାର୍ଡରୁ ଠିକଣା ପାଇ ଟେଲିଫୋନରେ ଯୋଗାଯୋଗ କରିବା ପରେ ତାହା ବୀରକିଶୋରପୁରର ପୂର୍ଣ୍ଣଚନ୍ଦ୍ର ଦୋରାଙ୍କର ବୋଲି ଜାଣିବା ପରେ ତାଙ୍କଠାରୁ ପ୍ରମାଣ ନେଇ ପର୍ସ ସହିତ ଟଙ୍କା, ଏଟିଏମ ଓ ଆଧାରକାର୍ଡ ସମେତ କେତେକ ଜରୁରୀ କାଗଜ ପ୍ରଦାନ କରିଥିଲେ। ଶ୍ରୀ ଦୋରା ହଜିଲା ପର୍ସ ଓ ଟଙ୍କା ଆଦି ପାଇ ସଂପୃକ୍ତ ଆଇନଜୀବୀ ଶ୍ରୀ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories