ଆଠଗଡ଼: ଆଠଗଡ଼ ବ୍ଲକରେ ଚଳିତ ଖରିଫ ଧାନସଂଗ୍ରହ ଆରମ୍ଭ ହୋଇଛି। କୁଲାଇଲୋ ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ପ୍ରଥମ ଧାନମଣ୍ଡି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। କୁଲାଇଲୋ ସେବା ସମବାୟ ସମିତି ସଭାପତି ସୁବାଷ ଚନ୍ଦ୍ର ଭୋଇଙ୍କ ଦ୍ୱାରା ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦେଇ ଚଳିତ ବର୍ଷ ରାଜ୍ୟରେ ଧାନକ୍ରୟ ପ୍ରକ୍ରିୟାକୁୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଚାଷୀମାନେ ଯେପରି ଧାନବିକ୍ରିରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମବାୟ ନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ଆଠଗଡ଼ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଅଶୋକ କୁମାର ପାଣି, ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, ସହକାରୀ ଯୋଗାଣ ପ୍ରତିସ୍ୱୀନି ଷଡ଼ଙ୍ଗୀ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ରାମନାରାୟଣ ମଲ୍ଲିକ, ଲକ୍ଷ୍ମୀନାରାୟଣପୁର ସମିତି ସମ୍ପାଦକ ଶୈଳେନ୍ଦ୍ର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କୁଲାଇଲୋ ସମିତିର ସମ୍ପାଦକ ବିଷ୍ଣୁଚରଣ ଲେଙ୍କା ଧନ୍ୟବାଦ ଦେଇଥିଲେ।



